ଭଦ୍ରକ ( ଏଟିଆର ବ୍ୟୁରୋ): ଆଜି ସକାଳୁ ଭଦ୍ରକ ଜିଲ୍ଲାରୁ ୩ ଜଣ ପଜିଟିଭ ପୁଣି ଚିହ୍ନଟ ହୋଇଛନ୍ତି । ଯାହା ଏବେ ଭଦ୍ରକ ଜିଲ୍ଲାପ୍ରଶାସନ ପାଇଁ ପୁଣି ଏକ ବଡ ଚ୍ୟଗତକାଲେଞ୍ଜ ସୃଷ୍ଟି କରିିଛି । ଆଜି ଏହି ୩ ପଜିଟିଭ ଚିହ୍ନଟ ହେବା ପରେ ଏବେ ଭଦ୍ରକରେ ପୁଣି ନୂଆ ୩ ଟି କଣ୍ଟେନମେଣ୍ଟ ଜୋନ କରାଯାଇଛି । ପୂର୍ବରୁ ୧୮ ଟି କଣ୍ଟେନମେଣ୍ଟ ଜୋନ ଥିବା ବେଳେ ଏବେ ଏହା ୨୧ କୁ ବୃଦ୍ଧି ପାଇଛି ।
ନୂଆକରି ଭଦ୍ରକ ବନ୍ତର ୪ ଟି ଗାଁ, ସେହିଭଳି ବାସୁଦେବ ପୁରରେ ବ୍ଲକରେ ୨ ପଜିଟିଭ ଚିହ୍ନଟ ହେବା ପରେ ଚୂଡାମଣି ଓ କିସ୍ମତପୁର ଅଞ୍ଚଳକୁ ପ୍ରଶାସନ ସିଲ କରିଛି । ଏହି ୩ ଜୋନରେ ସମସ୍ତ ରାସ୍ତାକୁ ସିଲ କରାଯାଇଛି । ସୂଚନାଯୋଗ୍ୟ ଭଦ୍ରକରେ ଆଉ ୩ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂଖ୍ୟା ପହଞ୍ଚିଛି ୧୯ ରେ ।
ସୂଚନାଯୋଗ୍ୟ ଚିହ୍ନଟ ହୋଇଥିବା ତିନି ପଜିଟିଭ ପୁରୁଷ ଏବଂ ସେମାନଙ୍କର ପଶ୍ଚିମବଙ୍ଗ ସହିତ ଲିଙ୍କ ରହିଥିବା ସୂଚନା । ଗତକାଲି ସଂକ୍ରମିତଙ୍କ ସଂଖ୍ୟା୧୧୧ ଥିବା ବେଳେ ଆଜି ସୁନ୍ଦରଗଡରୁ ୪ ପଜିଟିଭ ଓ ଭଦ୍ରକରୁ ୩ ପଜିଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୧୮ ରେ ପହଞ୍ଚିଛି ।