ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ପଜିଟିଭ ଭୁବନେଶ୍ୱର ବୋଲି ସୂଚନା । ଏନେଇ ସୂଚନା ଓ ଲୋକସଂମ୍ପର୍କ ବିଭାଗ ପକ୍ଷରୁ ସୂଚନା । ସୂଚନା ଅନୁସାରେ ଚିହ୍ନଟ ପଜିଟିଭ ଭୁବନେଶ୍ୱର ମଧୁସୂଦନ ନଗରର । ସେ ୪୧ ନଂ ଆକାନ୍ତଙ୍କ ସଂମ୍ପର୍କୀୟ । ଆକ୍ରାନ୍ତ ଜଣଙ୍କ ଜଣେ ପୁରୁଷ ତାଙ୍କ ବୟସ ୭୭ ବର୍ଷ ବୋଲି ସୂଚନା ରହିିଛି । ସୂଚନାଯୋଗ୍ୟ ଆଜି ଜଣେ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯ ରେ ପହଞ୍ଚିଛି ।
First Health Update, 29tth April, 2020
One positive in Bhubaneswar
77 Yrs MaleMadhusudan Nagar
Close relative of Case No. 41(Contact tracing and follow-up action is being done.)
Total Positive Case: 119
— I & PR Department, Odisha (@IPR_Odisha) April 29, 2020
ସେଥିମଧ୍ୟରୁ ୮୦ ଜଣ ସକ୍ରିୟ ରହିଥିବା ବେଳେ ୩୮ ଜଣ ସୁସ୍ଥ ହୋଇ ସାରିଲେଣି । ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଭୁବନେଶ୍ୱର କଥା ଯଦି ଦେଖିବା ଭୁବନେଶ୍ୱରରେ ଆଜିକୁ ମିଶାଇ ପଜିିଟିଭ ସଂଖ୍ୟା ୪୭ ରେ ପହଞ୍ଚିଛି । ସେଥିମଧ୍ୟରୁ ୨୬ ଜଣ ସୁସ୍ଥ ହୋଇ ସାରିଲେଣି । ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମ ଧ୍ୟରେ ରାଜ୍ୟରେ ୪୨୧ ଟି ନମୁନା ପରୀକ୍ଷା କରାଯାଇଛି । ପୁରା ରାଜ୍ୟରେ ଏଯାବତ ୨୯ ହଜାର ୧୦୮ ଟି ଆରଟି ପିସିଆର ଟେଷ୍ଟ ହୋଇ ସାରିଛି ।