ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟରେ ସୂଚନା ରହିଛି । ତେବେ ଆଜି ଚିହ୍ନଟ ହୋଇଥିବା ୩ ଜଣ ପଜିଟିଭ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳୁଛି । ଯାଜପୁରରେ ପଜିଟିଭ ୧୯ ଥିବା ବେଳେ ଏହା ଏବେ ୨୨ କୁ ବୃଦ୍ଧି ପାଇଛି ।
ଏହି ଚିହ୍ନଟ ପରେ ଏବେ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୨୮ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ୩ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ସେଥିମଧ୍ୟରୁ ୮୮ ଜଣ ସକ୍ରିୟ ଥିବା ବେଳେ ୩୯ ଜଣ ସୁସ୍ଥ ହୋଇଛନ୍ତି । ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।