ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି । ଯାହା ଏବେ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଗତକାଲି ଗୋଟିଏ ଦିନରେ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସବୁଠାରୁ ବଡ କଥା ହେଉଛି ଯାଜପୁରରେ ଏକକାଳୀନ ଭାବେ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ଏବେ ଚିନ୍ତା ବଢାଇ ଦେଇଛି । ତେବେ ଆଜି ଚିହ୍ନଟ ପଜିଟିଭ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ ।
ଆଜିର ଚିହ୍ନଟ ମିଶିବା ପରେ ୧୪୨ ରୁ ୧୪୩କୁ ବୃଦ୍ଧି ପାଇଛି ପଜିଟିଭ ସଂଖ୍ୟା । ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ୱେବ ସାଇଟରେ ତଥ୍ୟ ଦିଆଯାଇଛି । ୧୪୩ ଟି ପଜିଟିଭରୁ ଏବେ ୧୦୧ ଆକ୍ଟିଭ କେସ ରହିଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ ସୁସ୍ଥ ହୋଇ ଫେରିଛନ୍ତି ୪୫୧ ଜଣ । ଓ ମୃତ୍ୟୁ ସେଇ ୧ ରେ ରହିଛି ।କେବଳ ଆମେ ଯଦି ଯାଜପୁରର କଥା ଦେଖିବା ଯାଜପୁରରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୬ । ଯାହା ଖୋର୍ଦ୍ଧା ଜିଲ୍ଲା ପରେ ଦ୍ୱିତୀୟ ସ୍ଥାନରେ ରହିଛି ।