ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଯାଜପୁରରେ ଆଜି ସକାଳୁ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ୫ ଜଣ ଚିହ୍ନଟ ହେବା ପରେ ଏବେ ଯାଜପୁରରେ ୪୫ କୁ ବୃଦ୍ଧି ପାଇଛି । ଆଜି ଯାଜପୁରରେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କର କଲିକତା ଲିଙ୍କ ରହିଛି । ଏମାନେ ଗତ କିଛି ଦିନ ତଳେ ପଶ୍ଚିମବଙ୍ଗରୁ ଫେରିଥିଲେ । ଏବେ କେବଳ ଯାଜପୁର ଜିଲ୍ଲାରେ ୪୪ ଟି କେସ ଆକ୍ଟିଭ ରହିଛି । ସେହିଭଳି ରାଜ୍ୟରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୪ ରହିଛି ।
First Health Update, 2nd May
5 New Positives in Jajpur28 yr Male, 56 yr Male, 63 yr Male
24 yr Female & 60 yr Female
(Both contacts of positive case)(All Kolkata returnees. All asymptomatic. All in quarantine)
Contact tracing & followup action is being done.
Tota case: 154
— I & PR Department, Odisha (@IPR_Odisha) May 2, 2020
ସେଥିମଧ୍ୟରୁ ୯୮ ଟି କେସ ଆକ୍ଟିଭ ରହିଥିବା ବେଳେ ୫୫ ଜଣ ବିଭିନ୍ନ ପର୍ଯ୍ୟାୟରେ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ଏଯାବତ ମୋଟ ୩୬ ହଜାର ୫୫୩ ଟି ନମୂନା ପରୀକ୍ଷା ହୋଇ ସାରିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବ।।ର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ସୂଚନା ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୨୮,୫୬, ୬୩ ଓ ମହିଳାଙ୍କ ବୟସ ୨୪ ଓ ୬୦ ବର୍ଷ ରହିଛି ।