ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ସକାଳେ ପ୍ରଥମ କରି ଗଞ୍ଜାମ ଜିଲ୍ଲାରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଜଣେ ପଜିଟିଭ ଝାରସୁଗୁଡାରୁ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୦ ଛୁଇଁଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟରେ ସୂଚନା ଦିଆଯାଇଛି ।
ଝାରସୁଗଡାରୁ ଏହି ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଜିଲ୍ଲାରେ ୨ ଜଣ ପଜିଟିଭ ଚିହ୍ନଟ ହେଲେ । ଏହି ଚିହ୍ନଟ ପରେ ଏବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୬୦ ରହିଥିବା ବେଳେ ସେଥି ମଧ୍ୟରୁ ଅକ୍ଟିଭ କେସ ୧୦୩ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୫୬ ଜଣ । ସେହିଭଳି ମୃତ୍ୟୁ ସଂଖ୍ୟା ୧ ରହିଛି ।
ତେବେ ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ ଜଣ ଓ ଝାରସୁଗୁଡାରୁ ଚିହ୍ନଟ ହୋଇଥିବା ଜଣେ ପଜିଟିଭଙ୍କ ବିଷୟରେ କୌଣସି ଅଧିକ ସୂଚନା ଆସିନାହିଁ । ସେମାନେ କେଉଁ ଅଞ୍ଚଳର ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।