ଭୁବନେଶ୍ୱର ( ଏଟିଅଆର ବ୍ୟୁରୋ): ଆଜି ସକାଳେ ପ୍ରଥମେ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଓ ଝାରସୁଗଡାରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ଯାହାଫଳରେ ଏବେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୦ ରେ ପହଞ୍ଚିଛି । ତେବେ ଏନେଇ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ପକ୍ଷରୁ ଏହି ୩ ପଜିଟିଭଙ୍କ ସୂଚନା ଟ୍ୱିଟ ଯୋଗେ ଦିଆଯାଇଛି ।
First Health Update, 3rd May
Two Positives of Ganjam
17 yr Male & 22 yr Male
(Surat returnees. Asymptomatic)One Positive Case in Jharsuguda
40 yr Female
Contact of previous positive caseContact tracing and follow-up action is being done.
Total Positive Case: 160— I & PR Department, Odisha (@IPR_Odisha) May 3, 2020
ସୂଚନା ଅନୁସାରେ ଆଜି ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ ଜଣ ପୁରୁଷ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୧୭ ଓ ୨୨ ବର୍ଷ ରହିଛି । ଉଭୟ ଏଇ ନିକଟରେ ସୁରତରୁ ଫେରିଥିଲେ । ସେହିଭଳି ଝାରସୁଗୁଡାରୁ ଚିହ୍ନଟ ପଜିଟିଭ ଜଣେ ମହିଳା ରହିଛନ୍ତି । ତାଙ୍କର ବୟସ ୪୦ ବର୍ଷ ।
ସୂଚନାଯୋଗ୍ୟ ଏବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧୦୩ ଆକଟିଭ ରହିଥିବା ବେଳେ ୫୬ ଜଣ ବିଭିନ୍ନ ପର୍ଯ୍ୟାୟରେ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ଏଯାବତ ୩୮ ହଜାର ୬୫୮ ଟି ସାମ୍ପଲ ଟେଷ୍ଟ ହୋଇ ସାରିଲାଣି ।