ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ସୁନ୍ଦଗଡର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେ ସାଇଟରେ ତଥ୍ୟ ଦିଆଯାଇଛି । ଏହି ପଜେଟିଭ ମିଶିବା ପରେ ଏବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ଦଂଖ୍ୟା ୧୬୩ ରେ ପହଞ୍ଚିଛି ।
ଏବେ ରାଜ୍ୟରେ ୧୦୨ ଟି କେସ ଆକ୍ଟିଭ ରହିଥିବା ବେଳେ ସେଥିମଧ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ୬୦ ଜଣ ସୁସ୍ଥ ହୋଇ ସାରିଲେଣି । ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।