ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ଦ୍ୱିତୀୟ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଯାହାଫଳରେ ମୋଟ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି ପାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ଦ୍ୱିତୀୟ କରୋନା ମୃତକ ହେଉଛନ୍ତି ଭୁବନେଶ୍ୱର ମଧୁସୂଦନ ନଗରର । ତାଙ୍କର ବୟସ ୭୭ ବର୍ଷ ।
Sorry to inform that 77 year old, male COVID positive case of Madhusudan Nagar, Bhubaneshwar who had underlying co-morbidities of hypertension, diabetes and kidney disease expired yesterday
at KIMS.— H & FW Dept Odisha (@HFWOdisha) May 6, 2020
ଗତକାଲି ତାଙ୍କର କିମସ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ପୂର୍ବରୁ ଡାଇବେଟିସ, କୀଡିନୀ ଜନିତ ସମସ୍ୟା ରହିଥିଲା । ସୂଚନାଯୋଗ୍ୟ ଏପ୍ରିଲ ୬ ତାରିଖରେ ଓଡିଶାରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଥିଲା । ସେ ମଧ୍ୟ ୭୨ ବର୍ଷର ଜଣେ ବୃଦ୍ଧ ରହିଥିଲେ । ପ୍ରଥମ କରୋନା ଅକ୍ରାନ୍ତ ଝାରପଡା ଅଞ୍ଚଳର ଥିଲେ । ରାଜ୍ୟରେ ଏବେ ମୋଟ ୪୭୪୫୪ ଟି ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୭୭ ଟି ପଜେଟିଭ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ସାରିଲେଣି ।