ଗଞ୍ଜାମ ( ଏଟିଆର ବ୍ୟୁରୋ): ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମଣ ଯେଉଁ ଭଳି ଭାବେ ବୃଦ୍ଧି ପାଉଛି ତାହା ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜି ଗଞ୍ଜାମ ଜିଲ୍ଲାରେ ପୁଣି ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ଜିଲ୍ଲାରେ ୫ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୨୭ ରେ ପହଞ୍ଚିଛି ।
ସେପଟେ କେତୋଟି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବେକାବୁ ହେବାରୁ ଗଞ୍ଜାମ ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମହାନଗର ନିଗମକୁ ପୁଣି ଥରେ ଲକ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।