ନୁଆଦିଲ୍ଲୀ(ଏଟିଆର ବ୍ୟୁରୋ):ଆସନ୍ତା ବର୍ଷ ଜାନୁଆରି ରୁ ଭାରତରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି । କରୋନା କବଳରୁ ରକ୍ଷା ପାଇବା ପାଇଁ ଭାରତ ତାର ସବୁ ପ୍ରକାର ପ୍ରୟାସ ଜାରି ରଖିଛି ଏବଂ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।
ପୁନାୱାଲା କହିଛନ୍ତି , ଜାନୁଆରିରୁ ଯଦି ଟିକାକରଣ ଆରମ୍ଭ ହୁଏ ତେବେ ତାହା ଅକ୍ଟୋବର ୨୦୨୧ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଇଛି ।କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ସିରମ ଇନଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ୍ ସରକାରଙ୍କ ଅନୁମୋତି ମାଗିଛନ୍ତି ।
ସିରମ ଇନଷ୍ଟିଚ୍ୟୁଟ ର ସିଇଓ କହିଛନ୍ତି, ଯେଉଁ ଦିନ ଭାରତର ଜନସଂଖ୍ୟାର ୨୦ ପ୍ରତିଶତ ଲୋକଙ୍କୁ କରୋନା ଭାଇରସ୍ ଟିକା ପ୍ରଦାନ କରାଯିବ ସେତେବେଳେ ଆମମାନଙ୍କର ଆତ୍ମବିଶ୍ୱାସ ପୁଣି ଜୀବିତ ରହିବ । ଆସନ୍ତା ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ସୁଦ୍ଧା ସର୍ବସାଧାରଣ ଲୋକଙ୍କ ପାଇଁ କରୋନା ଟିକା ଉପଲବ୍ଧ ହେବ ।
ଏହି ବିଷୟରେ ପୁନୱାଲା କହିଥିଲେ,ଯେ ଆଷ୍ଟ୍ରା ଜେନେଙ୍କା ଟିକାକୁ ସର୍ବପ୍ରଥମେ ଭାରତରେ ଦେବା ପାଇଁ ତାଙ୍କ କମ୍ପାନୀର ଉଦ୍ଦେଶ୍ୟ ରହିଛି । ଏବଂ ଏହା ପରେ ଅନ୍ୟ ଦେଶ ମାନଙ୍କୁ ଯୋଗାଇ ଦିଆଯିବ ।