ଭୂବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ଟିକା କାନ୍ଧ ତଳେ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଏହି ଟିକା କରଣ ପାଇଁ ୨୯ ଟି କେନ୍ଦ୍ର ଚୟନ କରାଯାଇଛି । ଟିକାକରଣ ପାଇଁ ସ୍ୱତନ୍ତ୍ର ରୁମ ଅଛି କି ନାହିଁ ଏବଂ ଟିକାକାଣ ପାଇଁ କେନ୍ଦ୍ରରେ ସବୁ ବ୍ୟବସ୍ଥା ରହିଛି କି ନାହିଁ ଏନେଇ ତଦାରଖ କରାଯିବ ।
ଟିକାକରଣ ପାଇଁ ଆସିଥିବା ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ଡାଟା ଅଛି କି ନାହିଁ ତାହା ଦେଖାଯିବା ସହ ବ୍ୟକ୍ତିଙ୍କ ତଥ୍ୟ ଯାଞ୍ଜ ମଧ୍ୟ କରାଯିବ ।ଓ ଏହାପରେ ଟିକା ପ୍ରଦାନ କରାଯିବ । ଟିକା ନେବା ପରେ ବ୍ୟକ୍ତିଙ୍କୁ ଅବଜରଭେସନ ରୁମରେ ୩୦ ମିନିଟ ପର୍ଯ୍ୟନ୍ତ ରଖାଯିବ । ଓ ପରେ ବ୍ୟକ୍ତିଙ୍କ ମଧ୍ୟ ରେ କୈାଣସି ପାଶ୍ୱପ୍ରତିକ୍ରିୟା ଦେଖା ନଦେଲେ ସେମାନଙ୍କୁ ଛଡାଯିବ ।
ଏହି ଟିକାକରଣରେ ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯିବ ଓ ପରେ ବୟସ୍କବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ବୋଲି ଆଲୋଚନା କରାଯାଇଛି । ଏବେ ସୁର୍ଦ୍ଦା ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟାବେସ ପ୍ରସ୍ତୁତ ହୋଇଛି ବୋଲି ଜଣାପଡିଛି ।