ଭୂବନେଶ୍ୱର(ଏଟିଆର ବ୍ୟୁରୋ): ୧୬ ତାରିଖରୁ ଆରମ୍ଭ ହେବ ରାଜ୍ୟରେ ଟିକାକରଣ । ଟିକାକରଣର ଦୁଇ ଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଭ୍ୟାକ୍ସିନ । ରାଜ୍ୟର ୧୬୦ ଟି ସ୍ଥାନରେ ହେବ ଟିକାକରଣ । ସୁନ୍ଦରଗଡ ଓ କ୍ୟାପିଟାଲ ହସ୍ପିଟାଲରେ ଟୁୱେ କମ୍ୟୁନିକେସନ ରହିବ । ଟିକାକରଣ ସମ୍ପର୍କରେ ଏହି ଦୁଇଟି ସ୍ଥାନରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଳୟ ତଥ୍ୟ ସଂଗ୍ରହ କରିପାରିବେ ।
କରୋନା ଟିକାକରଣ ପାଇଁ ପଲସ ଓ ପୋଲିଓ ଟିକାକରଣ ପାଇଁ ୧୭,୧୮,ଓ ୧୯ ରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାାଣ ନିର୍ଦ୍ଦେଶ ଦେଇଛନ୍ତି ।ଟିକାର ପରିଚାଳନା ପାଇଁ ରାଜ୍ୟ ସ୍ତରରେ ଷ୍ଟେଟ ମନିଟରିଂ ଗଠନ କରାଯାଇଛି । ଏବଂ ସେମାନେ ସେଠାକୁ ଯାଇ ମନିଟରିଂ କରିପାରିବେ ।