ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ମହାମାରୀ ସମୟରେ ଭାରତ ନିଜର ପଡୋଶୀ ଦେଶ ପାଇଁ ଟିକା ରପ୍ତାନୀ କରିବ । ଆଜିଠାରୁ ଭାରତ ୭ ଟି ଦେଶକୁ ଟିକା ପଠାଇଥିବା ବେଳେ ସର୍ବପ୍ରଥମେ ଭୁଟାନ କୁ ଟିକା ପଠାଇବ ।ଆଜି ଅପରାହ୍ନ ୨ଟାରେ ଏୟାର ଇଣ୍ଡିଆରସ୍ୱତନ୍ତ୍ର ବିମାନରେ ଟିକମା ପଠାଯିବ ।
ଏହା ପରେ ଭୁଟ୍ଟାନ , ମାଲଦ୍ୱୀପ , ବାଂଲାଦେଶ , ମିଆଁମାର, ଓ ନେପାଳକୁ ଟିକା ଯୋଗାଣ ଆରମ୍ଭ କରିବ । ଏହା ସହିତ ବ୍ରାଜିଲ ଓ ଦକ୍ଷିଣଆଫ୍ରିକା କୁ ମଧ୍ୟ ଭାରତ ଟିକା ଦେବ । ଗୁରୁତ୍ୱପୂର୍ଣ୍ଣ ଦେଶମାନେ ମଧ୍ୟ ଟିକା ପାଇଁ ଅନୁରୋଧ କରିଥିବା ବେଳେ ଭାରତ ସେମାନଙ୍କ ଅନୁରୋଧର ପ୍ରତିକ୍ରିୟା ଦେଇଛନ୍ତି ।
ଆଫଗାନିସ୍ତାନ ,ଶ୍ରୀଲଙ୍କା ଓ ମରିସସରୁ ଅନୁମତି ମିଳିବା ପରେ ସେଠାକୁ ମଧ୍ୟ ଟିକା ପଠାଯିବ । ବିଶ୍ୱର ସମୁଦାୟ ସ୍ୱାସ୍ଥ୍ୟସେବା ଆବଶ୍ୟକତା ଯୋଗାଇବା କ୍ଷେତ୍ରରେ ଭାରତ ବିଶ୍ୱସ୍ତରୀୟ ରାଷ୍ଟ୍ର ଭାବେ ଗୈାରବଆଣିଛି ।
ଭାରତ ଏ ପର୍ଯ୍ୟନ୍ତ ଭୁଟାନକୁ ପାରାସିଟମଲ , ହାଇଡ୍ରୋକ୍ଲୋରୋକ୍ୱିନ୍ ,ପିପିଇ , ଏନ୯୫ , ମାସ୍କ , ଏକ୍ସରେ ମେସିନ ଓ ଟେଷ୍ଟ କିଟ ସମେତ ୨.୮ କୋଟି ଟଙ୍କାର ଅତ୍ୟାବଶ୍ୟକ ଔଷଧ ଓ ଡାକ୍ତରୀ ଉପକରଣ ଯୋଗାଇଛି ।