ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜଧାନୀରେ ଏବେ କରୋନା ଆତଙ୍କ ଖେଳାଇବା ଆରମ୍ଭ କରି ଦେଇଛି । ଶୋସାଲ ମିଡିଆରେ ଏକ ରିପୋର୍ଟ ଭାଇରାଲ ହେବା ପରେ ଏହି ଆତଙ୍କ ଖେଳି ଯାଇଛି । ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଖବର ପ୍ରକାଶ ପାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ପ୍ରକାଶିତ ହେବ ହେବା ପରେ ସଂପୃକ୍ତ ମେଡିକାଲ ପକ୍ଷରୁ ଏହାକୁ ପ୍ରତ୍ୟାଖାନ କରାଯାଇଛି । ନର୍ସିହୋମ ପକ୍ଷରୁ କୁହାଯାଇଛି ଚୀନରେ ବ୍ୟାପୁଥିବା କରୋନା ଭାଇରସ ଇଏ ନୁହେଁ ।
ସାଧାରଣତ ଭାରତୀୟଙ୍କ ଦେହରେ ଏହି ଭାଇରସ ଦେଖାଯାଏ । ତେଣୁ ଏହାକୁ ନେଇ ଅଯଥା ଆତଙ୍କିତ ନହେବାକୁ ମେଡିକାଲ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଚୀନରେ ଲୋକମାନେ ଏହି ଭାଇରସରୁ ମୁକ୍ତ ହୋଇ ଘରକୁ ଫେରୁଥିବା ଦେଖା ଦେଇଛି । ପାଖାପାଖି ଏବେ ୮.୨ ପ୍ରତିଶତ ପ୍ରତ୍ୟକ ଦିନ ଲୋକମାନେ ସୁସ୍ଥ ହେଉଛନ୍ତି । ଯାହା ପୂର୍ବରୁ ରହିଥିଲା ମାତ୍ର ୧.୩ ପ୍ରତିଶତ । ବର୍ତ୍ତମାନ ୧୨ ହଜାରରୁଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି । ତେବେ ସବୁଠାରୁ ବଡ କଥା ହେଉଛି ଏହି ଭାଇରସ କେଉଁଠୁ ଆସିଛି ତାକୁ ନେଇ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କରୋନାର କେନ୍ଦ୍ର ସ୍ଥଳ ଉହାନ୍ର ଏକ ଲାବୋରୋଟୋରୀରେ ଏହି ଭାଇରସ୍ ଜନ୍ମ ନେଇଥିଲା । ବୋଲି ଏବେ ଗବେଷକ ମାନେ ମତ ଦେଇଛନ୍ତି ।