ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଏକ ଆଡଭାଇଜରି ଜାରି କରିଛି । ଏହି ଆଡଭାଇଜରି ସ୍କୁଲ ମାନଙ୍କୁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ । ବିଭାଗ ପକ୍ଷରୁ ସ୍କୁଲ ଗୁଡିକୁ କୁହାଯାଇଛି ଯଦି ସ୍କୁଲରେ କୌଣସି ପିଲାର ମୁଣ୍ଡବିନ୍ଧା, ଥଣ୍ଡା ଓ କାଶ ଆଦି ହେଲେ ଏନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ସଂମ୍ପର୍କ କରିବାକୁ କୁହାଯାଇଛି । ପିଲାଙ୍କ ଚିକିତ୍ସା କରାଇବାକୁ କୁହାଯାଇଛି । ତେବେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଧିକ ଭୟଭୀତ ହେବା ଉଚିତ ନୁହେଁ । ମାତ୍ର ଏନେଇ ସଚେତନ ରହିବା ଆବଶ୍ୟକ ।
ସୂଚନାଯୋଗ୍ୟ ଆଜି ଚୀନରେ କରୋନା ମୃତ୍ୟୁ ସଂଖ୍ୟା ୪୨୫ ଛୁଇଁଲାଣି । କେବଳ ଚୀନ ନୁହେଁ ଏହି ଭାଇରସ ଏବେ ୨୫ ଟି ଅନ୍ୟରାଷ୍ଟ୍ରକୁ ଛୁଇଁ ସାରିଲାଣି । ଏପଟେ କେରଳ ଏହି ଭାଇରସକୁ ରାଜ୍ୟ ବିପତ୍ତି ଘୋଷଣା କରି ସାରିଲାଣି । କେରଳରେ ଏବେ ୩ ଜଣ ଏହି ଭୂତାଣୁ ଆକ୍ରାନ୍ତ ହୋଇ ସାରିଲେଣି ।ଆଗକୁ ଏହା ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ କେରଳ ଏହାକୁ ରାଜ୍ୟ ବିପତ୍ତି ବୋଲି ଘୋଷଣା କରିଛି । ପୂର୍ବରୁ ୨ ଜଣ ଚୀନ ଫେରନ୍ତାଙ୍କ ଦେହରେ ଏହି ଭୂତାଣୁ ଥିବା ଚିହ୍ନଟ ହୋଇଥିଲା ।