ଫୁଲବାଣୀ(ଏଟିଆର ବ୍ୟୁରୋ): ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଭୟରେ କାଲିଠାରୁ ବିଶ୍ୱରେ ଗ୍ଳୋବାଲ ଏମର୍ଜେନ୍ସି ଜାରି କରାଯାଇଛି । ବର୍ତ୍ତମାନ ଏହି ଭୟଙ୍କର ଭାଇରସ ଓଡ଼ିଶାରେ ତାର କାୟା ବିସ୍ତାର କରିବାରେ ଲାଗିଛି ।
ଓଡ଼ିଶାର କନ୍ଧମାଳ ଜିଲ୍ଲା ଫୁଲବାଣୀରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ସନ୍ଦିଗ୍ଧ ଠାବ କରାଯାଇଛି । ଫୁଲବାଣୀର ଜଣେ ଡାକ୍ତରୀ ଛାତ୍ରଙ୍କୁ ଏହି ଭାଇରସ ଆକ୍ରାନ୍ତ କରିଥିବା ସନ୍ଦେହ କରାଯାଉଛି । ତେବେ ଏହି ଛାତ୍ର ଜଣଙ୍କ ଚୀନର ଏସସିବିରେ ଡାକ୍ତରୀ ପଢୁଥିଲେ । ଗତ ୧୧ତାରିଖରେ କରୋନା ଭାଇରସ ଭୟରେ ଘରକୁ ଫେରିଆସିଥିଲେ ।
ସୂଚନା ଅନୁସାରେ ଛାତ୍ର ଜଣଙ୍କ ଚୀନରୁ ଫେରିବା ପରେ ହିଁ ଅସୁସ୍ଥ ଅଛନ୍ତି । କରୋନା ଭାଇରସର ସମସ୍ତ ଲକ୍ଷ୍ୟଣ ତାଙ୍କ ପାଖରେ ଦେଖାଯାଉଛି । ଏହାପରେ ଛାତ୍ର ଜଣଙ୍କ ସିଡିଏମଓଙ୍କୁ ଚିଠି ଲେଖି ଜଣାଇଥିଲେ । ଏହାପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।