ପୁରୀ ( ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏହି ବୈକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କରୋନା ଭାଇରସକୁ ପ୍ରତିରୋଧ କରିବା ପାଇଁ ଏହି ବୈଠକରେ ମନ୍ଦିର ପରିଚାଳନା , ପୂଜା ବିଦ୍ଧି ଆଦିକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସୂଚନା ଅନୁସାରେ ପୂଜା କରିବା ସମୟରେ ସେବାୟତ ମୁହଁରେ ମାସ୍କ ପିନ୍ଧିବେ । ଅରୁଣ ସ୍ତମ୍ବ ଓ ଗରୁଡ ଖୁମ୍ବ ଛୁଇଁବା ଉପରେ ଲାଗିଛିୀ କଟକଣା । ସେହିଭଳି ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିଛିି ।
ସେହିଭଳି ଜଗନମୋହନ ଭିତରେ ଜନ ସମାଗମ ହେବ ନାହିଁ । ବାରମ୍ବାର ହାତ ଧୋଇବାକୁ ସେବାୟତଙ୍କୁ ନିର୍ଦେଶ ହୋଇଛି । ଯାତ୍ରୀଙ୍କୁ ଧାଡିରେ ଜଗମୋହନ ଭିତରକ୍ୁ ଛଡାଯିବ । ଭକ୍ତମାନେ କୌଣସି ଦେବାଦେବୀ ଓ ପ୍ରସାଦକୁ ସ୍ପର୍ଶ କରିବେ ନାହିଁ । ଆନନ୍ଦ ବଜାରରେ ବସିବା ଏବଂ ଭୋଜନ କରିବା ଉପରେ ନିୟନ୍ତ୍ରଣ କରାଯିବ । ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବ । ସୂଚନାଯୋଗ୍ୟ ଆଜି ଦିନ ୧୧ ଟା ସମୟରେ ବସିଥିଲା ଶ୍ରୀମନ୍ଦିର ଛତିଶା ନଯୋଗ ବୈଠକ ।