ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ଓଡିଶାର ଛାତ୍ରଛାତ୍ରୀ ଓ ବେକାର ଯୁବକ ଯୁବତି ମାନଙ୍କୁ ଉଦ୍ୟୋଗବିତ ହେବାକୁ ପ୍ରୋତ୍ସାହିତ କରିବା ପାଇଁ କର୍ପୋରେଟ ମିଡିଆ ଦ୍ୱାରା ଶନିବାର ଏକ କର୍ମଶାଳା ଆୟୋଜନ କରାଯାଇଛି । ଏହି କର୍ମଶାଳା ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ଠାରେ ଆୟୋଜନ କରାଯାଇଥିଲା ।
ଅନୁଷ୍ଠାନର ମୁଖ୍ୟପରିଚାଳକ ଶ୍ରୀ ସୈନିକ କାଦଲଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ଗ୍ରୀନ ଚିଲିଜର ପ୍ରତିଷ୍ଠାତା ଶ୍ରୀ ଏମ କେଶବ ରାଓ, କୋଷ୍ଟ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଶ୍ରୀ ଚନ୍ଦ୍ରଭାନୁ ଭୁୟାଁ, ଜାଭା ଟେକ୍ନୋକାର୍ଟ ର ପ୍ରତିଷ୍ଠାତା ଶ୍ରୀ ରଶ୍ମୀକାନ୍ତ ଦାସ,୨୨ ବାଇକ୍ସର ପ୍ରତିଷ୍ଠାତା ଶ୍ରୀ ଅଜୟ କୁମାର ନନ୍ଦ ଏବଂ ରିଭାଇଭ ସ୍ପା ଏଣ୍ଡ ସେଲୁନର ପ୍ରତିଷ୍ଠାତା ଶ୍ରୀମତି ଉମା ସିଂ ଯୋଗଦେଇଥିଲେ । ଆଲୋଚନା ଚକ୍ରରେ ୨୦୦ ରୁ ଅଧିକ ଯୁବ ଉଦ୍ୟୋଗି ଏବଂ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
ଅତିଥିମାନେ ଏହି କର୍ମଶାଳାରେ, ଉଦ୍ୟୋଗର ସଫଳତା ଦ୍ୱାରା ହିଁ ଦେଶର ବିକାଶ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ ।ଏବେ ଚିନର ଉଦ୍ୟୋଗପତି ମାନେ ସମଗ୍ର ବିଶ୍ୱରେ ଆକର୍ଷଣୀୟ ସଫଳତା ହାସଲ କରିଛନ୍ତି । ଉଦ୍ୟୋଗ କ୍ଷେତ୍ରରେ ଆମେରିକାକୁ ପଛରେ ପକାଇ ଚିନ ଏବେ ଶିର୍ଷରେ । ଏହାର ପ୍ରମୁଖ କାରଣ ନିରନ୍ତର ଅଧ୍ୟବସାୟ, ଲୋକଙ୍କ ଆବଶ୍ୟକତା, ଏବଂ ବୃହତ ବଜାର ସୃଷ୍ଟି କରିବା । ଏଣୁ ଭାରତର ବିକାଶ ପାଇଁ ନିରବିଚ୍ଛିନ୍ନ କାର୍ଯକ୍ରମ ମାନ କରିବା ଆବଶ୍ୟକ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ରାଜ୍ୟର କିଛି ଯୁବ ଉଦ୍ୟେଗି ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କର୍ପୋରେଟ ମିଡିଆ ଦ୍ୱାରା କିଛି ସଫଳ ଉଦ୍ୟୋଗି ମାନଙ୍କୁ ଇନ୍ସପାୟାର-୨୦୧୮ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା ।
JUST IN
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୧ ଡିଗ୍ରୀ ଉପରେ ଝାରସୁଗୁଡା | 19 Apr 2024
-
ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 19 Apr 2024
-
ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ | 19 Apr 2024
-
ନିର୍ବାଚନ ପାଇଁ ଗତକାଲିଠୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା | 19 Apr 2024
-
ହିଟୱେଭ ପାଇଁ ଆଜି ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 19 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର | 18 Apr 2024
-
ଓଡିଶାରେ କେଉଁଠି କେତେବେଳେ ଭୋଟ ଆସନ୍ତୁ ଜାଣିବା | 18 Apr 2024
-
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 18 Apr 2024
-
ଆଜିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି | 18 Apr 2024
-
ହିଟୱେଭ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 18 Apr 2024
-
ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା, କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ | 17 Apr 2024
-
ଆସନ୍ତାକାଲିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା | 17 Apr 2024