ବାଲେଶ୍ୱର ( ଏଟିଆର ବ୍ୟୁରୋ): ନିଜର ସୌକ ପାଇଁ ପିଲାର ଜୀବନକୁ ବିପଦରେ ପକାଇଲେ ବାପା ମା । ସମୁଦ୍ରରେ ଗାଧୋଇବା ପାଇଁ ବାପା ମା ନିଜର ୫ ବର୍ଷର ପିଲାକୁ ଗାଡିରେ ଛାଡି ଲକ କରି ଦେଇଥିଲେ । ଏମିତିି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ । ପଶ୍ଚିମବଙ୍ଗ କାମାରାଗାଛି ଅଞ୍ଚଳରେ ସ୍ୱାମୀ ସ୍ତ୍ରୀ ଦୁଇଜଣ ସମୁଦ୍ର ଭିତରକୁ ଗାଧୋଇବାକୁ ଗଲା ବେଳେ ପାର୍କିରେ ନିଜର ପାଞ୍ଚ ବର୍ଷର ପିଲାକୁ ଗାଡି ଭିତରେ ବନ୍ଦ କରି ଚାଲି ଯାଇଥିଲେ ।
ଯାହା ଫଳରେ ପିଲାଟି ଗାଡି ଭିତରେ ବେଶି ସମୟ ରହିବା ଫଳରେ ଅଣନିସ୍ୱାସୀ ହୋଇ ଯାଇଥିଲେ । ପିଲାଟି ଗାଡି ଭିତରୁ ଜୋରରେ କାନ୍ଦିବା ଫଳରେ ପାର୍କିିରେ ଥିବା ଲୋକ ମାନେ ଏ ବିଷୟରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିର ଲକ ଭାଙ୍ଗି ପିଲାଟିକୁ ଉଦ୍ଧାର କରିଥିଲେ ।
ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରେ ଧରିଛି । ପୋଲିସ ପିଲାଟିର ବାପା ମାଙ୍କୁ ଥାନାକୁ ଆଣି ସେମାନଙ୍କୁ ଏନେଇ ସତର୍କ ହେବା ସହ ଲିଖିତ ପ୍ରତିଶୃତି ରଖିଛି । ସୂଚନା ଅନୁସାରେ ବସରେ ଦୀର୍ଘ ସମୟ ଧରି ପିଲାଟି ରହିବା ଓ କାନ୍ଦିବା ଫଳରେ ସେ ଅଣନିସ୍ୱାସୀ ହୋଇ ଯାଇଥିଲା । ପିଲାଟିର ଜୀବନ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି ।