ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ବାୟୋଟେକର ସ୍ୱଦେଶୀ କରୋନା ଭ୍ୟାକସିନ୍ କୋଭାକ୍ସିନ୍ ର ପ୍ରଥମ କ୍ଲିନିକାଲ ଟ୍ରାୟଲ ଫଳାଫଳ ସଫଳ ହୋଇଛି । ଜନସାଧାରଣଙ୍କ ସମେତ ଟିକା ପ୍ରସ୍ତୁତିକାରୀ ଭାରତ ବାୟୋଟେକଙ୍କୁ ମଧ୍ୟ ଆଶ୍ୱସ୍ତ କରିଛି । ଟ୍ରାଏଲ ବେଳେ ସ୍ୱେଚ୍ଛାସେବୀଙ୍କ ନିକଟରେ କୈାଣସି ସାଇଡ୍ ଇଫେକ୍ଟ ଦେଖାଯାଇନଥିବା ବେଳେ ଶରୀରରେ ଆଣ୍ଟବଡି ବିକଶିତ କରିବାରେ ସାହାର୍ଯ୍ୟ କରିଥାଏ ।
କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସେପ୍ଟମ୍ବର ମାସରେ ଶେଷ ହୋଇଥିଲା । ଏହାର ଫଳାଫଳ ଏବେ ସାର୍ବଜନୀନ କରାଯାଇଛି । ଦେଶରେ ଜରୁରୀକାଳୀନ ଅନୁମତି ନେଇ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଥିବା ଟିକା ମଧ୍ୟ ରୁ ଗୋଟେ ହେଉଛି କୋଭାକ୍ସିନ ।
ଆବେଦନ କରିଥିବା ଟିକା ମଧ୍ୟ ରୁ କୋଭାକ୍ସିନ , ଆଷ୍ଟ୍ରାଜେନିକା , କୋଭିସିଲ୍ଡ ରହିଛି । ସେହିପରି ଏହି ଟିକା ଲଗାଇବା ବେଳେ ଶରୀରରେ ହୋଇଥିବା ଯନ୍ତ୍ରଣା ମଧ୍ୟ ଆପେ ଆପେ ଠିକ ହୋଇଯାଉଛି । ସେହିପରି ଦେଶରେ ସରକାରଙ୍କ ଟିକାକାରଣ ଯୋଜନାରେ କୋଭାକ୍ସିନ କୁ ପ୍ରଥମ ସ୍ଥାନ ମିଳିବ ବୋଲି ଆଶା କରାଯାଉଛି ।