ଭୁବନେଶ୍ୱର (ଏଟିଆର ବ୍ୟୁୋରା): କରୋନା କଟକଣାକୁ ଦୃଷ୍ଟି ରେ ରଖି ଆସନ୍ତା ନଭେମ୍ବର ୨୦ ତାରିଖରେ ଚାଲିବ ଶୀତ କାଳୀନ ଅଧିବେଶନ ।ଏଥି ଲାଗି ଆଜି ଠୁ ଆରମ୍ଭ ହୋଇଛି ମନ୍ତ୍ରୀ , ବାଚସ୍ପତି, ବିଧାୟକ ଓ ଅନ୍ୟ କର୍ମଚାରୀମାନଙ୍କ କରୋନା ଟେଷ୍ଟିଙ୍ଗ । ଏଥି ଲାଗି ବିଧାନସଭା ରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଥମେ ପର୍ଯ୍ୟୟରେ ନିଜର କରେନା ଟେଷ୍ଟ ପାଇଁ ନମୁନା ଦେଇଥିଲେ ।
ଏହି ଟେଷ୍ଟ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଶୀତ ଅଧିବେସନରେ ବସିବା ପାଇଁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ କହିଛନ୍ତି ।ବିଧାନସଭା ରେ ଏହି ଅଧିବେଶନ ପାଇଁ ଦିନକୁ ୨ ଥର ସାନିଟାଇଜ କରାଯିବ ।ବିଧାୟକ ଓ ମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟର କରାଯିବ ।
ଅଧିବେଶନରେ ଯୋଗଦେବା ପୂର୍ବରୁ ହେବ ଟେଷ୍ଟିଙ୍ଗ ବାଧ୍ୟତା ମୂୁକ ବୋଲି ବାଚସ୍ପତି କହିଛନ୍ତି ।ଏହୀର ଦାୟିତ୍ୱ ଭୁବନେଶ୍ୱର ମହାନଗରକୁ ଦିଆଯାଇଛି ।ମୈାସୁମୀ ଅଧିବେଶନ ରେ ଶୀତ ଅଧିବେଶନର କୋଭିଡ଼ ସ୍ଥିତି ହୋଇଥିବାରୁ ଗୃହକାର୍ଯ୍ୟକୁ ଦାୟିତ୍ୱର ସହ ପରିଚାଳନା କରାଯିବ ବୋଲି ବାଚସ୍ପତି କହିଛନ୍ତି ।ବିଧାୟକ ବସିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ବୟସ୍କ ଲୋକ ଏବଂ ଅସୁସ୍ଥ ଅନୁଭବ କରୁଥିବା ମନ୍ତ୍ରୀ ଓ ବିଧାୟକ ପାଇଁ ବ୍ୟବସ୍ଥା କରାଯାଇଛି ।ରାଜ୍ୟସଭା ଭବନ ଏବଂ ।ରେସିଡ଼େଣ୍ଟଅଫିସରେ ଇଣ୍ଟରନେଟ ର ବ୍ୟବସ୍ଥା କରାଯାଇଛି ।ବାଚସ୍ପତି ଗ୍ୟାଲେରି , ଦର୍ଶକ ଗ୍ୟାଲେରି ରେ ବିଧାୟକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।