ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ଭିମସାରରେ ଆରମ୍ଭ କରୋନା ଭାଇରସ ରକ୍ତ ନମୁନା ପରୀକ୍ଷା । ଏଠାରେ ଦୁଇଟି ପର୍ଯ୍ୟାୟରେ ରକ୍ତ ନମୁନା ପରୀକ୍ଷା କରାଯିବ । ପ୍ରତ୍ୟେକ ଦିନ ୯୦ ଟି ରକ୍ତ ନମୁନା ପରୀକ୍ଷା ହେବ । ଏଥିପାଇଁ ଭିମସାର କତ୍ତୃପକ୍ଷ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇସାରିଛି ।
ରକ୍ତ ନମୁନା ତଦାରଖ କରିବା ପାଇଁ ଭିମସାରକୁ ଏସସିବି ର ପ୍ରଫେସର ଦେବୀପ୍ରସାଦ ମିଶ୍ରଙ୍କୁ ପଠାଯାଇଛି । ଏଠାରେ ପଶ୍ଚିମ ଓଡିଶାର ୧୦ ଟି ଜିଲ୍ଲାର ରୋଗୀଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବ ।
ଭିସମାରରେ ରକ୍ତ ନମୁନା ପରୀକ୍ଷା ନେଇ ଗତ କାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଥିଲେ ।