ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନ।। ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସରକାରଙ୍କ ଚିନ୍ତା ମଧ୍ୟ ବଢିବାରେ ଲାଗିଛି । ବିଶେଷ କରି ଭୁବନେଶ୍ୱରରେ ଯେପରି କରୋନା ସଂକ୍ରମଣ ବୃଦ୍ଧି ନ ପାଉ ସେଥିପାଇଁ ବିଏମସି ପକ୍ଷରୁ ପ୍ରସ୍ତୁ୍ତି ଆରମ୍ଭ ହୋଇଯାଇଛି । ତେଣୁ ବର୍ତ୍ତମାନ ସାମାଜିକ ଦୁରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ମାସ୍ମ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।
ଏଥିପାଇଁ ସବୁ ଜୋନ ପାଇଁ ସ୍କାର୍ଡ ଗଠନ କରାଯାଇଛି । ଗତ କାଲି କମିସନର ପ୍ରେମଚନ୍ଦ୍ର ଚୈାଧୁରୀ ବିଶ୍ୱବିଦ୍ୟାଳୟ ଓ ରେଳ ଷ୍ଟେସନ ବୁଲି କିପରି ଚାଲିଛି କରୋନା ମୁକାବିଲା ଓ ତାହା ପର୍ଯ୍ୟପ୍ତ କି ନାହିଁ ତାର ସମୀକ୍ଷା କରିଛନ୍ତି । ଏହାସହ ବିଭିନ୍ନ ହଷ୍ଟେଲରେ କୋଭିଡ ପରୀକ୍ଷାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।
ତେବେ ଏନେଇ ଆଜିଠାରୁ ବିଭିନ୍ନ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ନମୁନା ପରୀକ୍ଷା କରିାବ ସ୍ୱତନ୍ତ୍ର ଟିମ୍ । ଆଜି ରାଜଧାନୀରେ ଘରୋଇ ସ୍କୁଲ ସମେତ କେନ୍ଦ୍ରୀୟ ବିଦ୍ୟାଳୟରୁ ଜଣେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ମହାପାତ୍ର କହିଛନ୍ତି ଯେ ଗତବର୍ଷ ଡିସେମ୍ବର ମାସରେ ବ୍ରିଟେନ୍ରୁ ଫେରିଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ମାତ୍ର ଲୋକ ଯେପରି ଭୟଭୀତ ନ ହେବେ ତାହାକୁ ନଜରରେ ରଖି ଏହାକୁ ପ୍ରକାଶ କରାଯାଇନଥିଲା ।