ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂଖ୍ୟକ ଏହି କରୋନା ରୋଗରେ ଆକ୍ରାନ୍ତିତ ହେଉଛନ୍ତି । ଅନେକ ବିଧାୟକ ଓ ମନ୍ତ୍ରୀ କରୋନା ରୋଗରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି । ତେବେ କିଛି ଦିନ ପରେ ବିଧାନସଭା ଅଧିବେଶନ ବସିବାକୁ ଥିବାରୁ ଏହା ଅତ୍ୟନ୍ତ ଚିନ୍ତା ଜନିତ ବିଷୟ ଅଟେ । ତେଣୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନକିଶୋର ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସମେତ ଅନ୍ୟ ବିଭାଗୀୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ବିଧାନସଭା ଅଧିବେଶନକୁ ଆଖି ଆଗରେ ରଖି ବାଚସ୍ପତି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ବିଧାନସଭା ଅଧିବେଶନକୁ ଆଖିଆଗରେ ରଖି ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କଙ୍କ କୋଭିଡ ପରୀକ୍ଷା କରାଯିବା ବୋଲି ଘୋଷଣା କରାଯାଇଛି । ସେହିପରି କୋଭିଡ଼ ସମୟରେ ବିଧାନସଭା କିପରି ପରିଚାଳିତ ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି ।
ବିଧାନସଭା ପୂର୍ବରୁ ହେବ ସମସ୍ତ ବିଧାୟକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ : ବାଚସ୍ପତି
Tags #AtrNews #Odisha