ପୁରୀ(ଏଟିଆର ବ୍ୟୁରୋ): ବହୁ ବାଦ ବିବାଦ ପରେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ସରିଛି । ତେବେ ଏହା ପରେ କରୋନା ମହାମରୀକୁ ଲକ୍ଷରେ ରଖି ପୁରୀ ସେବାୟତ ଓ ପୋଲିସ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଅଢ଼େଇ ହଜାର ସେବାୟତଙ୍କର ଦୁଇଥର କରୋନା ଟେଷ୍ଟ କରାଯିବ। ଏଥିସହିତ ଶ୍ରୀମନ୍ଦିର, ପୌରପାଳିକା ଓ ପୋଲିସ, ସଫେଇ କର୍ମଚାରୀଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ। ସେହପରି ବରିଷ୍ଠ ଅଧିକାରୀଙ୍କର ମଧ୍ୟ ସାମ୍ପଲ ପରୀକ୍ଷା କରିବାକୁ ସ୍ଥିର ହୋଇଛି ।
ଅନ୍ୟପଟେ ରଥଯାତ୍ରାରେ ନିୟୋଜିତ ୧ ହଜାରରୁ ଅଧିକ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ କୋଭିଡ ଟେଷ୍ଟ ଚାଲିଛି । ଗୋପବନ୍ଧୁ ଆୟୁରର୍ବେଦିକ ହସ୍ପିଟାଲରେ ସେମାନଙ୍କର ନମୁନା ସଂଗ୍ରହ ହୋଇଛି । ପୋଲିସ ଏବଂ ସେବାୟତଙ୍କୁ ମିଶାଇ ମୋଟ ୫ ହଜାରରୁ ଅଧିକ ଲୋକଙ୍କ କୋଭିଡ ଟେଷ୍ଟ କରାଯିବ। ସେହିପରି ସମ୍ପୂର୍ଣ୍ଣ ପୁରୀ ସହରକୁ ସାନିଟାଈଜ କରାଯିବ ଜ୍ଝଆଜି ସର୍କିଟ ହାଉସରେ ଚାଲିଥିବା ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଜ୍ଝ