ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଖୁବ ଶୀଘ୍ର ଓଡିଶାରେ କୋଭିଡ ଟେଷ୍ଟ ବଢାଯିବ । ଆସନ୍ତା ମାସ ଏହାକୁ ବଢାଯିବର ଲକ୍ଷ ରକ୍ଷା ଯାଇଛି । ଏସସିବି, ଆଇସିଏମଆର, ଆଇଏଲଏସରେ ଟେଷ୍ଟ ବଢାଯିବ । ୭ଟି ମେଡିକାଲ କଲେଜରେ ୧୫୦ରୁ ୨ ଶହ ଟେଷ୍ଟ କରାଯିବ । ଝାରସୁଗୁଡା, କେନ୍ଦୁଝର, ଅନୁଗୋଳ, ପୁରୀ ଏବଂ କଳାହାଣ୍ଡିରେ ଏହି ଟେଷ୍ଟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ସେହିପରି ରାଜ୍ୟରେ ଆଣ୍ଟିବଡି, ଆଣ୍ଟିଜେନ ଏବଂ ସେରୋଲୋଜିକାଲ ସର୍ଭେ କରାଯିବ । ଏଥିପାଇଁ ୫୦,୦୦୦ କିଟ୍ ଅର୍ଡର କରାଯାଇଛି । ଆସନ୍ତା ମାସରୁ ଏହି କିଟ୍ ମାଧ୍ୟମରେ ଟେଷ୍ଟ ହେବ । ଗଞ୍ଜାମ, ଭୁବନେଶ୍ବର, ପୁରୀ, ଗଜପତି, ଏବଂ ବଡମ୍ବା ନରସିଂହପୁରରେ ସେରୋଲୋଜିକାଲ ସର୍ଭେ କରାଯିବ । ଆସନ୍ତା ମାସରୁ ଏହି ସର୍ଭେ ଆରମ୍ଭ ହେବ ।ପ୍ରଥମେ ପୁରୀରୁ ଏହି ସର୍ଭେ ଆରମ୍ଭ ହେବ । ଏହାପରେ ରାଜଧାନୀ ଭୁବନେଶ୍ୱର, ଗଞ୍ଜାମ, ଗଜପତି ଏବଂ ଶେଷରେ ବଡମ୍ବା ନରସିଂହପୁରରେ ସର୍ଭେ କରାଯିବ ବୋଲି ସୂଚନା ମିଳିଛି ।