ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ମହାମାରୀ କରୋନା ସଂକ୍ରମଣ କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାମାରୀର ସ୍ଥିତି କୁ ନେଇ ଚର୍ଚ୍ଚା କରିବା ଲାଗି ଏକ ସର୍ବଦଳୀୟ ବୈଠକର ନେତୃତ୍ୱ ନେଇଛନ୍ତି । ଏହି ବୈଠକରେ ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କରୋନା ଟିକା କେବେ ଆସିବ ତାର ସୂଚନା ଦେଇଛନ୍ତ । କରୋନା ଟିକା ପାଇଁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ସେ ଏହି ବୈଠକରେ କହିଛନ୍ତି ।
ଏଥିରେ କେନ୍ଦ୍ରରୁ ବିଭିନ୍ନ ଦଳର ଶୀର୍ଷ ନେତାମାନେ ଭାଗ ନେଇଥିଲେ । ଆସନ୍ତା ୨ ବା ୩ ସପ୍ତାହ ମଧ୍ୟରେ ଆମ ପାଖରେ କରୋନା ଟିକା ପହଞ୍ଚିବ ବୋଲି ସେ କହିଛନ୍ତି । ଏବେ ୮ ଟି ଭ୍ୟାକସିନ ଟ୍ରାଏଲ ପର୍ଯ୍ୟୟରେ ରହିଛି ।ବୈଞ୍ଚାନିକଙ୍କ ଅନୁମତି ମିଳିବା ପରେ ଏହା ଉପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ।
ଭାରତୀୟ ବୈଞ୍ଜାନିକ ମାନେ ପ୍ରସ୍ତୁତ କରିଥିବା ଟିକା ସଫଳ ଓ ସୁରକ୍ଷିତ ବୋଲି ସେମାନେ ଆଶା ରଖିଛନ୍ତି । ସାରା ବିଶ୍ୱ ଏହି ଶସ୍ତା ଓ ସୁରକ୍ଷିତ ଟିକା ଉପରେ ଆଶା ରଖିଛି ।ଖାସ ଏହି କାରଣ ପାଇଁ ସାରା ବିଶ୍ୱର ନଜର ଭାରତ ଉପରେ ରହିଛି ।
କରୋନା ଟିକାର ଦାମ କେତେ ରହିବ , ତା ଉପରେ କେନ୍ଦ୍ର ଓ ରାଜ୍ୟସରକାରମାନେ କାମ କରୁଛନ୍ତି । ଲୋକମାନଙ୍କ ସ୍ୱାସ୍ଥ୍ୟ ଓ ସମ୍ବଳକୁ ଦୃଷ୍ଟିରେ ରଖି ଏହା ଉପରେ ନିଷ୍ପତ୍ତି ନିଆଯିବ । ଏହି ଭ୍ୟାକ୍ସିନ ପ୍ରଥମେ ବରିଷ୍ଠ ନାଗରିକ ଓ କରେନା ଯୋଦ୍ଧାଙ୍କୁ ଦିଆଯିବ ବୋଲି ମୋଦି କହିଛନ୍ତି ।