ପାରଳାଖେମୁଣ୍ଡି (ଏଟିଆର ବ୍ୟୁରୋ): କରୋନାକୁ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର । ସେଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୋଟେ ପରେ ଗୋଟେ କୋଭିଡ-୧୯ହସ୍ପିଟାଲ ଖୋଲା ଯାଉଛି । ସେହିପରି ଆଜି ପାରଳାଖେମୁଣ୍ଡିରେ କୋଭିଡ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ଏହି ହସ୍ପିଟାଲ ଖୋଲା ଯାଇଛି ବୋଲି ଗଜପତି ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
ଏହି ସ୍ୱତନ୍ତ୍ର ହସ୍ପିଟାଲରେ କେବଳ କରୋନା ରୋଗୀ ଚିକିତ୍ସିତ ହେବେ । ସେଥିପାଇଁ ଏଠାରେ ୧୧୦ଟି ବେଡ୍ ର ବ୍ୟବସ୍ଥା କରାଯିବା ସହ ୧୦ ଟି ଆଇସିୟୁ ଉପଲବ୍ଧ ଅଛି । ଏହାଦ୍ୱାରା ଗଜପତି ଜିଲ୍ଲାବାସୀ ଉପକୃତ ହେବେ । ସେପଟେ ଏହି ହସ୍ପିଟାଲ ପାଇଁ ହାଇଡ୍ରୋ ପାୱାର କରପୋରେସନ୍ ଲିମିଟେଡ (ଓଏଚପିଏସ) ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସେହିପରି ହାଇଟେକ୍ ମେଡିକାଲ କଲେଜ୍ ଏବଂ ଭୁବନେଶ୍ୱର ଦ୍ୱାରା ଏହି ହସ୍ପିଟାଲ ପରିଚାଳିତ ହେବ ।