ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଆଉ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ଛୁଇଁଛି ।ଏହି ନୂତନ ୬୫ ପଜିଟିଭ ମାମଲା ମଧ୍ୟରୁ ଯାଜପୁରରୁ ୩୧ ଜଣ, ଗଞ୍ଜାମରୁ ୧୩ ଜଣ. କଟକରୁ ୬ ଜଣ, କେନ୍ଦ୍ରପଡାରୁ ୪ ଜଣ, ପୁରୀରୁ ୪ ଜଣ , ଖୋର୍ଦ୍ଧାରୁ ୩ ଜଣ, ମୟୁରଭଞ୍ଜରୁ ୨ ଜଣ ଏବଂ ନୟାଗଡରୁ ୨ ଜଣ ଚହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୬୫ ଜଣ ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଯାଜପୁର ଜିଲ୍ଲାର ୩୧ ସଂକ୍ରମିତଙ୍କ ମଧ୍ୟରୁ ୩୦ ଜଣ ପଶ୍ଟିମବଙ୍ଗରୁ ଫେରିଥିବା ବେଳେ ଜଣେ ଝାଡଖଣ୍ଡରୁ ଫେରିଥିଲେ । ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଗଞ୍ଜାମ ଜିଲ୍ଲାର ୧୩ ସଂକ୍ରମିତଙ୍କ ମଧ୍ୟରୁ ୧୨ ଜଣ ସୁରଟରୁ ଫେରିଥିବା ଜଣେ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ । କଟକ ଜିଲ୍ଲାର ୬ ସଂକ୍ରମିତ ଅହମ୍ମଦାବାଦରୁ ଫେରିଥିଲେ । କେନ୍ଦ୍ରାପଡା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪ ସଂକ୍ରମିତ ସୁରଟରୁ ଫେରିଥିଲେ । ପୁରୀ ଜିଲ୍ଲାର ୪ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ ।
02 cases in Mayurbhanj
(All in quarantine centres, Surat returnees)6 cases in Cuttack
( All in quarantine centres, Ahmedabad returnees)02 cases in Nayagarh
(All in quarantine centres, Surat returnees)04 cases in Puri
( All in quarantine centres, WB returnees)— I & PR Department, Odisha (@IPR_Odisha) May 16, 2020
ସେହିପରି ଖୋର୍ଦ୍ଧା ଜିଲ୍ଲାର ୩ ସଂକ୍ରମିତଙ୍କ ମଧ୍ୟରୁ ୨ ସଂକ୍ରମିତ ସୁରଟ ଏବଂ ପଶ୍ଚିମବଙ୍ଗରୁ ଫେରିଥିଲେ । ଅନ୍ୟ ଜଣେ ସଂକ୍ରମିତ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିଲେ । ସେହିଭଳି ମୟୁରଭଞ୍ଜ ଜିଲ୍ଲାର ଦୁଇ ଜଣ ଆକ୍ରାନ୍ତ ସୁରଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ନୟାଗଡ ଜିଲ୍ଲାର ୨ ସଂକ୍ରମିତ ସୁରଟରୁ ଫେରିଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱଟି ଜରିଆରେ ସୂଚନା ଦିଆଯାଇଛି ।
03 cases in Khurdha
( 2 in quarantine centres, 1 WB, 1 Surat & 1 In home quarantine)31 cases in Jajpur
(All in quarantine centres, 30 WB returnees & 1 Jharkhand returnee)— I & PR Department, Odisha (@IPR_Odisha) May 16, 2020