ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ରାଜ୍ୟକୁ ଆସିବ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟୀକା । ଗତ ୧୬ ତାରିଖରେ ରାଜ୍ୟକୁ ୪.୦୮ ଲକ୍ଷ ଡୋଜ କୋଭିସିଲ୍ଡ ଟୀକା ଆସିଥିବା ବେଳେ ଆଜି ୩ ଲକ୍ଷ ୩୪ ହଜାର ୫୦୦ ଡୋଜ ଆସିବାର ଅଛି ବୋଲି ସୂଚନା ମିଳିଛି ।
ଯେଉଁ ହିତାଧିକାରୀମାନେ ସେଚ୍ଛାକୃତ ଟିକାକରଣକୁ ନବା ପାଇଁ ଇଚ୍ଛୁକ ନୁହଁନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ମାଗଣା କୋଭିଡ ଟିକା ଦିଆଯିବ ନାହିଁ ବୋଲି ସୂଚନା ଦିଆଯାଇଛି । ଆଜି ଟୀକା ଆସି ପହଞ୍ଚିବା ପରେ ରାଜ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପର୍ଯ୍ୟପ୍ତ ପରିମାଣର ଟୀକା ଉପଲବ୍ଧ ହେବ ବୋଲି କୁହାଯାଇଛି ।
ସୂଚନା ଅନୁସାରେ ପ୍ରଥମ ଦିନରେ ୧୬୧ ଟି ସେସନରେ ମୋଟ ୧୩,୯୮୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ଦିଅଯାଇଥିଲା । ଗତକାଲି ମୋଟ ୩୮୦ ଟି ସେସନରେ ସନ୍ଧ୍ୟା ୬ ଟା ସୁଦ୍ଧା ୩୦,୧୬୧ ଜଣ ସ୍ଥାସ୍ଥ୍ୟକର୍ମ ଚାରୀଙ୍କୁ ଟୀକା ପ୍ରଦାନ କରାଯାଇଛି । ଆସନ୍ତା ୨୫ ତାରିଖ ସୁଦ୍ଧା ପଞ୍ଜିକରଣ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭାରତ ସରକାର ୨୦୦ ଟଙ୍କା ପ୍ରତି ଡୋଜରେ ପ୍ରାୟ ୧ କୋଟି ୧୦ ଲକ୍ଷ କୋଭାସିଲ୍ଡ ଟିକା କିଣିଛନ୍ତି । ଗତ ୧୧ ତାରିଖରେ ପୁନେ ଇନଷ୍ଟିଚ୍ୟୁଟରୁ କୋଭାସିଲ୍ଡ ଟିକା ଭୁବନେଶ୍ୱରରେ ଆସି ପହଞ୍ଚିଥିବା ବେଳେ ଗତ ଶନିବାରଠୁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଛି ।