ସାଲେପୁର ( ଏଟିଆର ବ୍ୟୁରୋ): କଟକ ଜିଲ୍ଲା ମାହାଙ୍ଗାରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଗୁହାଳରେ ନିଆଁ ଲାଗିଯିବାରୁ ୧୨ ଗାଈ ଓ ୪ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗତକାଲି ବିଳମ୍ଭିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । ସୂଚନା ଅନୁସାରେ ଏହି ଅଞ୍ଚଳର ରବିନ୍ଦ୍ର ଦାସଙ୍କ ଘରେ ଘଟିଛି ଏହି ଅଘଟଣ । ଗତକାଲି ରାତିରେ ରବିନ୍ଦ୍ର ମଶା ହେଉଥିବାରୁ ଘରେ ମଶା ବତୀ ଲଗାଇଥିଲେ ।
ତେବେ ହଠାତ ବିଳମ୍ଭିତ ରାତିରେ ଗୁହାଳରେ ଅଗ୍ନିକାଣ୍ଡ ଘଟିଥିଲା । ପ୍ରଥମେ ଘରେ ନିଆଁ ଜଳିଥିଲା । ନିଆଁ ଲାଗିଥିବା ଜାଣିପାରିବା ପରେ ପରିବାର ଲୋକେ ଘରୁ ବାହାରକୁ ଆସି ଯାଇଥିଲେ । ମାତ୍ର ଦୂର୍ଭାଗ୍ୟ ବସତ ଗୁହାଳରେ ରହି ଯାଇଥିଲେ ଗାଈ ଓ ଛେଳି । ଘରକୁ ଲାଗି ଗୁହାଳ ରହିଥିବାରୁ ନିଆଁ ଗୁହାଳକୁ ବ୍ୟାପିଥିଲା । ଗୁହାଳରେ ଥିବା ୧୨ ଟି ଗାଈ ଓ ୪ ଟି ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ ।