କଟକ (ଏଟିଆର ବ୍ୟୁରୋ): ସବୁଦିନ ଭଳି ଆଜି ବି ଘରେ ବସି ବାଣ ଭିଡୁଥିଲେ ଅଜା । ଅଚାନକ୍ ବାଣ ବିସ୍ଫୋରଣ ହେବା ଯୋଗୁଁ ଅଜା ସମେତ ନାତି ମଧ୍ୟ ଗୁରୁତର ହୋଇପଡିଛନ୍ତି । ଏଭଳି ଏକ ଘଟଣା କଟକ ଜିଲ୍ଲା କିଶନନଗର ଥାନା ବୋଇଲୋ ଗ୍ରାମରେ ଥିବା ଏକ ପରିବାର ସହ ଘଟିଛି ।
ଆଜି ସକାଳୁ ଅଜା ନିଜ ଚାଳ ଘରେ ବାଣ ଭିଡୁଥିବା ବେଳେ ନାତି ସେହି ସ୍ଥାନରେ ଖେଳୁଥିଲା ସେହି ସମୟରେ ଏଭଳି ବିସ୍ଫୋରଣ ଘଟିଥିଲା । ଘଟଣାରେ ଅଜା ଦେବେନ୍ଦ୍ର ସାମଲ (୬୫) ଓ ନାତି ସମ୍ବିତ ସାମଲ (୬) ଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଁଚି ଛାନ୍ ଭିନ୍ ଚଳାଇଛି ।