କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ଟିଟୋର ପ୍ରମୁଖ ସହଯୋଗୀ ଦଙ୍ଗା ଓରଫ ସେକ ଯାବିଦକୁ ଗିରଫ କରିଛି ଏସଟିଏଫ । ଆଜି ସକାଳ ସାଢେ ୯ ଟାରେ ଏସଟିଏଫ ଗିରଫ କରିଥିବା ଜଣା ପଡିଛି । ତା ନାମରେ ପୂର୍ବରୁ ଅନେକ ଥାନାରେ ମାମଲା ରହିଛି ।
ଠିକାଦାର ଶିବ ପ୍ରସାଦ ପରିଡାକୁ ଅପହରଣ କରିବାରେ ସେ ମୁଖ୍ୟ ଖଳ ନାୟକ ସାଜିଥିଲା । ସେକ ଯାବିଦର ଘର କେନ୍ଦ୍ରାପଡା ଜିଲ୍ଲାରେ । ପୂର୍ବରୁୂ ମଧ୍ୟ ଟିଟୋର ଦୁଇ ଭାଇଙ୍କୁ ଉଠାଇ ନେଇଥିଲା ଏସଟିଏଫ । ଯାବିଦ ହତ୍ୟା , ଅପହରଣ, ଦାଦାବଟି ଆଦାୟ ଭଳି ଅପରାଧିକ କାର୍ୟ୍ୟରେ ଦଙ୍ଗା ଟିଟୋକୁ ସହଯୋଗ କରୁଥିଲା ।