ଗଞ୍ଜାମ (ଏଟିଆର ବ୍ୟୁରୋ) ; ଦେହର ଭୋକ ଦେଖିଲାନି ସଂମ୍ପର୍କ । ଯୋନ ଲାଳସାରେ ନିଜର ସଂମ୍ପକୀୟ ଭଉଣୀ ସହ କରିବାକୁ ଚେଷ୍ଟା କରିଥିଲେ ଅନୈାତିକ କାର୍ଯ୍ୟ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ସାଥିହୋଇ ୪ ଜଣ ଶୋଇଥିବା ଯୁବତୀ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ । ସୂଚନା ମୁତାବକ ଯୁବତୀକୁ ଦେଖିବା ପରେ ନିଜ ସମ୍ପର୍କୀୟଙ୍କ ମନରେ ପାପ ଚିନ୍ତା ଆସିଥିଲା । ଏଣୁ ନିଜର ଦେହର ଭୋକକୁ ଜାହିର କରିବା ପାଇଁ ଯୁବତୀ ଜଣଙ୍କ ଶୋଇଥିବା ଅବସ୍ଥାରେ ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ ।
ଗତ ବୁଧବାର ରାତିରେ ଶୋଇଥିବା ବେଳେ ଘରର ବାରିପଟ କବାଟ ଭାଙ୍ଗି ଚାରି ଜଣ ଦୁବୃର୍ତ୍ତ ଯୁବତୀ ଜଣଙ୍କୁ ଉଠାଇ ନେଇଥିଲେ । ପରେ କିଛି ବାଟ ଗଲା ପରେ ନିଛାଟିଆ ଜାଗାରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ନିଜର ଇଜ୍ଜତ ରକ୍ଷା କରିବା ପାଇଁ ପ୍ରତିବାଦ କରିଥିଲେ । ତେବେ ବହୁ ଚେଷ୍ଟା କରିବା ପରେ ମଧ୍ୟ ଦୁଷ୍କର୍ମ କରିବା ପାଇଁ ସଫଳ ହୋଇନଥିଲେ ଦୁବୃର୍ତ୍ତ । ଶେଷରେ ରାଗକୁ ସମ୍ଭାଳି ନପାରି ଯୁବତୀଙ୍କ ଉପରକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ପୋଲସରା ଡାକ୍ତରଖାନାରେ ଭତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟରେ ଉନ୍ନତି ନଆସିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଛି ।
ଏନେଇ ଥାନାରେ ପିଡିତାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ପାଇବା ପରେ ଦୁବୃତ୍ତମାନଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।