ସମ୍ବଲପୁର (ଏଟିଆର ବ୍ୟୁରୋ); ହଜି ଗଲାଣି ମଣିଷ ପଣିଆଁ । ମରି ଗଲାଣି ମାନବିକତା । ନିଜର ଦେହର ଭୋକ ମେଣ୍ଟେଇବାକୁ ଯାଇ କାମନା ଲୋଭି ମଣିଷ ଏତେ ଯେ ତଳକୁ ଖସିଯାଇ ପାରନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା । ନିଜ ଦେହର ଭୋକ ମେଣ୍ଟେଇବାକୁ ଯାଇ କେହି ଦୁର୍ବୃତ୍ତ ୭୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଛି । ଏତିକିରେ ମନ ଶାନ୍ତି ହେଲାନି ଯେ ଗୁପ୍ତାଙ୍ଗରେ ଠେଙ୍ଗା ପୁରାଇ ଦେଇଛି । ଏବେ କୁଚିଣ୍ଡା ମେଡିକାଲରେ ବୃଦ୍ଧାଙ୍କୁ ଭର୍ତ୍ତି କରାଯାଇଛି ।
ଗତକାଲି ରାତିରେ ଘରେ ବୃଦ୍ଧା ଜଣକ ଏକା ଶୋଇଥିବା ବେଳେ ଏହାର ସୁଯୋଗ ନେଇ କେହି ତାଙ୍କୁ ଦୁଷ୍କର୍ମ କରିଛି । ଏବଂ ପରେ ମଣିଷରୁ ପଶୁ ପାଲଟି ଗୁପ୍ତାଙ୍ଗରେ ଠେଙ୍ଗା ପୁରାଇ ଦେଇଛି । ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ବୃଦ୍ଧା ଜଣକ ଅଚେତ ହୋଇ ଘରେ ପଡି ରହିଥିଲେ । ପଡୋଶୀ ଲୋକ ଦେଖିବା ପରେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।
ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ପଣ୍ଡିଆଢ଼ିପା ଗାଁରେ ଘଟିଛି ଏଭଳି ଳଜ୍ଜା ଜନକ ଘଟଣା । ତେବେ ଏହି ଘଟଣାରେ ପୋଲିସ ଜଣକୁ ସନ୍ଦେହ କରି ଅଟକ ରଖିଛି । ସ୍ଥାନୀୟ ଅଞ୍ଚଳର କେହି ଏପରି କରିଥିବା ଅନୁମାନ କରାଯାଉଛି । ତେବେ ସେ ଯାହାବି ହେଉ ଯିଏ ଏଭଳି ଅମାନୁସିକ କାମ କରିଛି ତାକୁ କଠୋର ଦଣ୍ଡ ଦେବା ପାଇଁ ସ୍ଥାନୀୟ ଲୋକ ଦାବି କରୁଛନ୍ତିି । ପୂର୍ବରୁ ନାବାଳିକା ବିଧବା ଏଭଳି ବହୁ ନିର୍ଯ୍ୟାତନାର ଶିକାର ହୋଇଥିଲେ । କିନ୍ତୁ ବୟସର ଶେଷ ସମୟରେ ପହଁଞ୍ଚିଥିବା ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ଅତି ନିନ୍ଦନୀୟ ।