ଗଜପତି (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ଚେରା ଚାଲାଣ । ଏବେ କିଛିଦିନ ହେବ ଏହାର ପରିମାଣ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାଫିଆ ଗିରଫ ହେଉଥିବା ଖବର ପ୍ରସାରଣ କରାଯାଉଛି । ଆଜି ପୁଣି ଏଭଳି ଏକ ଘଟଣାର ପୁବରାବୃର୍ତ୍ତି ହୋଇଛି । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଳା ମୋହନା ଅନ୍ତର୍ଗତ ଅଡବା ଅଞ୍ଚଳରେ । ଗିରଫ ଅଭିଯୁକ୍ତମାନେ ହେଲେ ସତାମ ଖାନ୍, ମିଜାମ୍ ଖାନ୍, ସାହାଙ୍ଗିର ସେଖ ଏବଂ ମୁଶାରତ୍ ଖାନ୍। ସମସ୍ତ ଅଭିଯୁକ୍ତଙ୍କ ଘର ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳରେ।
ପୋଲିସ ସୂଚନା ମୁତାବକ ଏହି ଚାରି ଜଣ ଚାଲାକ କରି ଗଞ୍ଜେଇ ଚାଲାଣ କରୁଥିଲେ । ମାତ୍ର ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଏମାନଙ୍କ ଉପରେ ନଜର ରଖିଥିଲା । ତେବେ ଏମାନେ ଆଜି ଗଞ୍ଜେଇ ନେଇ ୮୨ କେଜି ଗଞ୍ଜେଇ ଧରି ରେଣୁଗାଁ ନିକଟରେ ଗାଡିକୁ ଅପେକ୍ଷା କରିଥିଲେ । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ । ତେବେ ପୋଲିସ ଖବର ପାଇବା ପରେ ସେମାନଙ୍କ ଉପରେ ମାଡି ବସିଥିଲା । ପୋଲିସ ସେମାନଙ୍କୁ ଗିରଫ କରି ପଚରା ଉଚରା କରୁଛି ।
ତେବେ ଏଭାନେ କାହାକୁ ଏତେ ପରିମାଣର ଗଞ୍ଜେଇ ଦେଉଥିଲେ । ଏବଂ ଏସବୁ କେଉଁଆଡେ ଚାଲାଣ ହେଉଥିଲା । ଏହାର ମାଷ୍ଟର ମାଇଣ୍ଡ କିଏ ଏସବୁ ବିଷୟରେ ଜାଣିବା ପାଇଁ ପୋଲିସ ପଚରା ଉଚରା କରୁଛି । କିଛିଦିନ ପୂର୍ବେ ପିଆଜ ବୋଝେଇ ଟ୍ରକରେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ପୋଲିସ ଖବର ପାଇବା ପରେ ସେମାନଙ୍କୁ ଗିରଫ କରିଥିଲା ।