ଉଦଳା (ଏଟିଆର ବ୍ୟୁରୋ); ଦୀର୍ଘ ଦିନ ହେବ ରାଜ୍ୟରେ କୁମାରୀ ମାତୃତ୍ୱ ହେବା ଖବର ବାରମ୍ବାର ଲୋକ ଲୋଚନକୁ ଆସୁଛି । ତେବେ ଏତେ ପରେ ଲୋକ ଚେତୁନଥିବା ଦେଖିବାକୁ ମିଳୁଛି । ଏବେ ପୁଣି ଜଣେ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି । ଛାତ୍ରୀ ଜଣକ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ସେ ଉଦଳା ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ତାଙ୍କ କପ୍ତିପଦା ଅଞ୍ଚଳରେ ବୋଲି ଜଣା ପଡିଛି । ଛାତ୍ରୀ ଗର୍ଭବତୀ ଥିବା ଜାଣିବା ପରେ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଉଦଳା ଥାନାରେ ଅଭିଯୋଗ କରିଛନ୍ତି । ତେବେ କାହା ପାଇଁ ଛାତ୍ରୀ ଗର୍ଭବତୀ ହୋଇଛନ୍ତି ତାହା ଜଣା ପଡିନାହିଁ । କିନ୍ତୁ ଏବେ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏଭଳି ଘଟଣା ବାରମ୍ବାର ପ୍ରଚାର ହେବା ପରେ ଆଶ୍ରମ ସ୍କୁଲର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଦ୍ୟାଳୟରେ ରହୁଥିବା ଛାତ୍ରୀ ମାନଙ୍କୁ ଗର୍ଭବତୀ କରୁଛି କିଏ? ଏହି ସବୁ ଘଟଣାରେ ବିଦ୍ୟାଳୟ କତ୍ତୃପକ୍ଷ ସମ୍ପୃକ୍ତ ରହୁ ନାହାଁନ୍ତି ତ? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ଜନ ସାଧାରଣ । କାରଣ ଏତେ ସୁରକ୍ଷା ମଧ୍ୟରେ ରହୁଥିଲେ ମଧ୍ୟ ବାରମ୍ପାର ଏଭଳି ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଦୁଇଦିନ ପୂର୍ବେ ବାରିପଦା ମୋରଡା ଥାନା ଅଞ୍ଚଳରେ ମଧ୍ୟ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଥିଲା । ଦୁଇ ଦିନ ବ୍ୟବଧାନରେ ଜିଲ୍ଲାର ଦୁଇଟି ସ୍ଥାନରୁ ଦୁଇ ଜଣ ଛାତ୍ରୀ ଗର୍ଭବତୀ ହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ପାଲଟି ଯାଇଛି ।
ଦାରିଙ୍ଗବାଡି ସେବାଶ୍ରମରେ ଛାତ୍ରୀ ଛୁଆ ଜନ୍ମ ଦେବା ପରଠାରୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଗୋଟିଏ ପରେ ଗୋଟିଏ ଘଟଣା ନଜରକୁ ଆସୁଛି । ମାତ୍ର ଆଜି ବି ଲୋକ ଚେତୁନଥିବା ଦେଖିବାକୁ ମିଳୁଛି । ତେବେ ଛାତ୍ରୀମାନେ ନିଷ୍ପାପ ହୋିଥିବାରୁ କେତେକ ଅସାଧୁ ଯୁବକ ତାଙ୍କ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସେମାନଙ୍କ ସହ ସମ୍ପର୍କ ରଖିଥାନ୍ତି । ସେ ବିବାହ କରିବାର ପ୍ରତିଶ୍ରୃତି ହେଉବା ସୁନା ଟଙ୍କାର ଲୋଭ । ଯେଉଁ କାରଣରୁ ଆଜି ରାଜ୍ୟରେ ଘଟୁଛି ଏଭଳି ଅଘଟଣ । ଦେହର ଭୋକ ମେଣ୍ଟେଇବାକୁ ଯାଇ ନର ରାକ୍ଷସ ମାନେ ବୟସର ତାରତମ୍ୟ ଦେଖୁ ନାହାଁନ୍ତି ।