ଅନୁଗୁଳ (ଏଟିଆର ବ୍ୟୁରୋ); ପୁଣିଥରେ ପୁଲିସର କାର୍ଯ୍ୟକଳାପକୁ ନେଇ ଉଠିଛି ଅଙ୍ଗୁଳି । ଥାନରେ ଅଭିଯୋଗ କରିବା ପରେ ମଧ୍ୟ ଚୁପ ରହିଛି ପୁଲିସ । ଝିଅର ଜୀବନ ପ୍ରତି ବିପଦ ଥିବା ଥାନରେ ଅଭିଯୋଗ କରିବା ପରେ ମଧ୍ୟ କିଛି ଆକ୍ସନ ନେଇ ନାହିଁ ପୁଲିସ । ଅନୁଗୁଳ ଜିଲ୍ଲା ସମଲ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ସମଲ ଥାନରେ ଜଣେ ମହିଳା ତାଙ୍କ ନାବାଳିକା ଝିଅକୁ କେହି ଅପହରଣ କରି ନେଇଛି ଏବଂ ଟଙ୍କା ମାଗୁଛି ବୋଲି ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କିଛି ବୁଝିନଥିବା ମହିଳା ଜଣକ କହିଛନ୍ତି ।
ସୂଚନା ଅନୁଯୟୀୟୀ,ଗତ ୧୩ ତାରିଖରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପତ୍ତା ପାଇନଥିଲେ । ତେବେ ଗତ ୧୮ ତାରିଖରେ ଛାତ୍ରୀଙ୍କ ମା ପାଖକୁ ଦୁଇଟି ନମ୍ବରରୁ ଫୋନ କଲ ଆସିଥିଲା । ଅଭିଯୁକ୍ତ ତାଙ୍କୁ ୨୦ ଲକ୍ଷ ଟଙ୍କା ଦେଇ ଝିଅକୁ ନେବା ପାଇଁ ଧମକ ଦେଇଥିଲା । ଯଦି ଟଙ୍କା ନଦିଅନ୍ତି ତେବେ ମାରିଦେବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ ।
ଝିଅର ଜୀବନକୁ ସୁରକ୍ଷିତ ରଖିବାର ପାଇଁ ଥାନାରେ ଅଭିଯୋଗ କରିଥିଲେ ଛାତ୍ରୀଙ୍କ ମା । ପୋଲିସ ଏକ ମାମଲା ମଧ୍ୟ ରୁଜୁ କଲା । କିନ୍ତୁ ଏସମ୍ପର୍କରେ କୌଣସି ପଦକ୍ଷେପ ନେଇନଥିବା ଛାତ୍ରୀଙ୍କ ମା ଅଭିଯୋଗ କରିଛନ୍ତି । ଥାନରେ ନିରାଶ ହେବା ପରେ ସୋମବାର ଉଚ୍ଚ କତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରୀଙ୍କ ପରିବାର । ଝିଅକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ କରିଛନ୍ତି ନିବେଦନ ।