ରାୟଗଡା (ଏଟିଆର ବ୍ୟୁରୋ); ଦୋକାନ ବାରଣ୍ଡାରୁ ମିଳିଲା ଛାତ୍ରଙ୍କ ମୃତ ଦେହ । କେହି ଦୁର୍ବୃତ୍ତ ମାରିବା ପରେ ଫୋପାଡି ଛାଲି ଯାଇଥିବା ଅନୁମାନ କରାଯାଉଛି । ରାୟଗଡା ସହର କସ୍ତୁରୀ ନଗରରୁ ଆସିଛି ଏଭଳି ଅଭିଯୋଗ । ମୃତ ଛାତ୍ର ହେଲେ ଏମ.ସୁରେଶ କୁମାର । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ପୋଲିସ ରିପୋର୍ଟ ମୁତାବକ,ରବିବାର ସକାଳେ ଦୋକାନ ପିଣ୍ଡାରେ କ୍ଷତ ବିକ୍ଷତ ମୃତ ଦେହକୁ ଦେଖିଥିଲେ ସ୍ଥାନୀୟ ଲୋକ । ଏହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ବୋଲି ସ୍ପଷ୍ଠ ବାରି ହୋଇ ପଡୁଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ଜଣା ପଡିଯିବ ।
ସୁରେଶ ରାୟଗଡା ମହା ବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିଲେ । ତେବେ କିଏ ଏବଂ କାହିଁକି ଏଭଳି ହତ୍ୟା କରିଛି ଏହାର ତଦନ୍ତ ଆରମ୍ଭ କରିଛି ପୋଳିସ । ସନ୍ଧାନୀ କୁକୁରର ସାହାର୍ଯ୍ୟ ନେଇଛି ପୋଲିସ । ବଜାରରେ ଲାଗିଥିବା ସିସିଟିଭକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ । ପରିବାର ଲୋକ ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।