ଗଞ୍ଜାମ (ଏଟିଆର ବ୍ୟୁରୋ); ପୁଣି ଚର୍ଚ୍ଚାରେ ବାବା । କିଛିଦିନ ହେବ ବାବାଙ୍କ ଯୌନ କେଳେଙ୍କାରୀ ବନ୍ଦ ରହିଥିଲା । ପୁଣି ଥରେ ନଜରକୁ ଆସିଛି ବାବାଙ୍କ ଯୌନ କେଳେଙ୍କାରୀ । ତେବେ ଏଭଳି ଅଭିଯୋଗ ଆସିଛି ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା । ପୂର୍ବରୁ ମଧ୍ୟ ସେ ଏହି ମାମଲାରେ ଜେଲରେ ରହିଥିଲେ । ମାତ୍ର ଜେଲରୁ ଫେରିବା ପରେ ପଉଣି ତାଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଜଣେ ବିବାହିତା ମହିଳା ବାବାଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି । ତେବେ ଏହି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଦିପୁସୁନ୍ଦର ନାମକ ଜଣେ ଯୁବକଙ୍କ ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ବିବାହ ପ୍ରସ୍ତାବ ପଡିଥିଲା । ଦୀପସୁନ୍ଦର ଓ ତାଙ୍କ ମାଆ ସଂପୃକ୍ତ ମହିଳାଙ୍କୁ ଗଞ୍ଜାମରୁ ନେଇ ତ୍ରାହି ଅଚ୍ୟୁତ ନଗରର ଏକ ଭଡ଼ା ଘରେ ରଖିଥିଲେ। ପରେ ସୁଯୋଗ ଦେଖି ପୂଜା ହେବା ବାହାନାରେ ଗତ ୨୪ ତାରିଖ ରାତିରେ ଦୀପସୁନ୍ଦରଙ୍କ ମାଆ ସେହି ମହିଳାଙ୍କୁ ତ୍ରାହି ଅଚ୍ୟୁତ ଆଶ୍ରମକୁ ନେଇଯାଇଥିଲେ। ସେଠାରେ ସୁର ବାବା ତାଙ୍କୁ ଯୌନ ନିର୍ୟାତନା ଦେଇଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।
ପୂର୍ବରୁ ଏହି ଯୌନ କେଳେଙ୍କାରୀ ଘଟଣାରେ ବାବା ଜେଲରେ ରହି ଆସିଛନ୍ତି । ଏବେ ପୁଣିଥରେ ଏଭଳି ଘଟଣା ନଜରକୁ ଆସିବା ପରେ ଘୋର ନିନ୍ଦା କରାଯାଇଛି । ସେପଟେ ଆତ୍ମଘୋଷିତ ବାବାଙ୍କ ଉପରୁ ଲୋକଙ୍କର ଭରଷା ତୁଟି ଯାଉଛି । ଏହି ବାବାମାନଙ୍କ ଯୌନ କେଳେଙ୍କାରୀକୁ ନେଇ ମଧ୍ୟରେ ବେଶ ଚର୍ଚ୍ଚା ଜୋର ଧରିଥିଲା । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ଥିବା ବାବାମାନଙ୍କର ମୁଖ୍ୟା ଖୋଲି ଯ୍ଧବଥିଲା । ଏବଂ ଏବେ ମଧ୍ୟ ବହୁ ବାବା ଜେଲରେ ଅଛନ୍ତି । ପ୍ରଥମେ ସାରଥୀ ବାବାଙ୍କ କେସ ନଜରକୁ ଆସିଥିଲା । ଏହା ପରେ ଜଣକ ପରେ ଜଣେ ବାବାଙ୍କ କଳାକାରନାମା ପଦାରେ ପଡିଥିଲା ।