ଅନୁଗୁଳ (ଏଟିଆର ବ୍ୟୁରୋ); ମଦ ପିଇ ଉନ୍ମୁକ୍ତ କାଣ୍ଡ ଭିଆଇଲେ ଯୁବକ । ପାରିବାରିକ କଳହ ପାଇଁ ନିଜ ଘରେ ପରିବାର ଲୋକ ଶୋଇଥିବା ବେଳେ ନିଆଁ ଲଗାଇ ଦେଲା ପୁଅ । ତେବେ ଭଗବାନଙ୍କ ଦୟାରୁ ପରିବାର ଲୋକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଘରର ଆସବାବପତ୍ର ଏବଂ ଛେଳି କୁକୁଡା ଜୀଅନ୍ତା ଜଳିଯାଇଛନ୍ତି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଳକ ଅନ୍ତର୍ଗତ କନ୍ତଳା ଗ୍ରାମରେ । ଗାଁର ଗୋରା ପ୍ରଧାନଙ୍କ ମଝିଆଁ ପୁଅ ଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଗୋରାଙ୍କର ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲା ।
ସୂଚନା ଅନୁଯାୟୀ ଘରେ କୌଣସି ଏକ କାରଣରୁ କଜିଆ କରିଥିଲେ ଗୋରାଙ୍କ ମଝିଆଁ ପୁଅ । ବାପା ଏବଂ ପରିବାର ଲୋକ ତାଙ୍କୁ ଗାଳି କରିବା ପରେ ତାଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଏବଂ ରାତିରେ ଘରେ ସମସ୍ତେ ଶୋଇ ପଡିବା ପରେ ମାଲ ଟିକେ ବୁଲେଇ ଦେଇ ଘରେ ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକ ଅଳ୍ପକେ ଜୀବନ ବଞ୍ଚାଇ ଘର ବାହାରି ଆସି ପାଟି କରିଥିଲେ । ଗାଁ ଲୋକ ଆସି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଏବଂ ପରେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ କରିଥିଲେ ସତ କିନ୍ତୁ ସେତିକି ବେଳକୁ ସବୁ କିଛି ପୋଡି ପାଉଁଶ ହୋଇଯାଇଥିଲା । ଘରର ବିଭିନ୍ନ ଆସବାବପତ୍ର ଏବଂ ଗୋରୁ,ଛେଳି ଏବଂ କୁକୁଡା ଜୀଅନ୍ତା ଜଳି ଯାଇଥିଲେ । ନିଆଁ ଲଗାଇବା ପରେ ଗୋରାଙ୍କ ପୁଅ ଫେରାର ହୋଇଯାଇଛି ।