ନବରଙ୍ଗପୁର (ଏଟିଆର ବ୍ୟୁରୋ); ଦୀର୍ଘଦିନ ହେବ ରାଜ୍ୟରେ କୁମାରୀ ମାତୃତ୍ୱ ହେବା ଘଟଣା ପ୍ରସାରଣ ହୋଇ ଆସୁଛି । ଦାରିଙ୍ଗବାଡିରୁ ଆରମ୍ଭ କରି ଯାଜପୁର ସବୁ ଜିଲ୍ଳାରୁ ପ୍ରାୟ ଏଭଳି ଲଜ୍ଜା ଘଟଣା ଲୋକ ଲୋଚନକୁ ଆସୁଛି । ତେବେ ପୁଣିଥରେ ଏଭଳି ଏକ ଘଟଣାର ପୁନରାବୃତ୍ତି ହୋଇଛି । ଏଥରକ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଜଣେ ୧୭ ବର୍ଷିୟ ନାବାଳିକା ଗର୍ଭବତୀ ଥିବା ଜଣା ପଡିଛି । ଯାହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ନାବାଳିକାଙ୍କୁ ଗର୍ଭବତୀ କରିଥିବା ଯୁବକ ନାବାଳିକାଙ୍କୁ ଶାରିଣୀକ ଏବଂ ମାନସିକ ନିର୍ଯ୍ୟାତନ ଦେବାରୁ ମଙ୍ଗଳବାର ନାବାଳିକା ଜଣକ ସ୍ୱେଛାସେବୀ ସଂଗଠନ ମାଧ୍ୟମରେ ଏସପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି । ପିଡିତାଙ୍କୁ ଉଚିତ ନ୍ୟାୟ ନ୍ୟାୟ ପ୍ରଦାନ କରାଯିବ ବୋଲି ଏସପି ପ୍ରତିଶ୍ରୃତି ଦେଇଛନ୍ତି ।
ରିପୋର୍ଟ ଅନୁସାରେ ନାବାଳିକା ଜଣକ ସ୍ଥାନୀୟ ତେନ୍ତୁଳିଖୁଣ୍ଟା ଅଞ୍ଚଳର ଏକ ଆଶ୍ରମ ସ୍କୁଲରେ ରହି ପାଠ ପଢ଼ୁଥିଲେ । ତେବେ ସେ ଫେରୁଥିବା ବେଳେ ଲକ୍ଷ୍ମଣ ଭଦ୍ରା ନାମକ ଜଣେ ଯୁବକ ତାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲା । ପରେ ନାବାଳିକା ଜଣକ ତାଙ୍କ ମାଉସୀଘରେ ରହିଥିବା ବେଳେ ମଧ୍ୟ ଲକ୍ଷ୍ମଣ ତାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଥିଲା । ଉଭୟ ବାରିପଟେ ବହୁବାର ଶାରିଣିକ ସମ୍ପର୍କ ରଖିଥିଲେ । ତେବେ ନାବାଳିକାଙ୍କ ପେଟ କାଟିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ନାବାଳିକା ଜଣକ ଗର୍ଭବତୀ ଥିବା କହିଥିଲେ ।
ପରେ ଉଭୟ ପରିବାର ମଧ୍ୟରେ କଥା ବାର୍ତ୍ତା ହୋଇ ଲକ୍ଷ୍ମଣ ନାବାଳିକାଙ୍କୁ ଘରେ ରଖିଥିଲେ । କିନ୍ତୁ ଅଧିକାଂଶ ସମୟରେ ଲକ୍ଷ୍ମଣ ନାବାଳିକାଙ୍କୁ ଶରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିଲା । ଏହାକୁ ସହ୍ୟ କରିନପାରି ନାବାଳିକା ଜଣକ ପୁଣିଥରେ ବାପ ଘରକୁ ଫେରିଆସିଥିଲା । ତେବେ ସ୍ୱେଛାସେବୀ ସଂଗଠନ ସହାୟତାରେ ନାବାଳିକା ଜଣକ ଏସପିଙ୍କୁ ଭେଟି ନ୍ୟାୟ ପ୍ରାର୍ଥନା କରିଛି ।
ଦାରିଙ୍ଗବାଡିରେ ଛାତ୍ରୀ ମା ହେବା ପରେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରୁ ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ଲୋକ ଲୋଚନକୁ ଆସିଥିଲା । ତେବେ ଆଶ୍ରମ ସ୍କୁଲ ମାନଙ୍କରେ ସୁରକ୍ଷା ଅବସ୍ଥାରୁ ଏଭଳି ଅଘଟଣ ଘଟୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । କେତେକ ଦେହଲୋଭି ମଣିଷ ବୟସର ତାରତମ୍ୟ ନଦେଖି ଏଭଳି ଅଭାବନୀୟ ଘଟଣାମାନ ଘଟାଇବସୁଛନ୍ତି । ତେବେ ବାରମ୍ବାର ଏଭଳି ଖବର ପ୍ରସାରଣ କରିବା ପରେ ମଧ୍ୟ ଚେତୁନଥିବା ଦେଖିବାକୁ ମିଳିଛି ।