ବାଲିପାଟଣା (ଏଟିଆର ବ୍ୟୁରୋ) ; ଗଛ ପାଇଁ ହଣାହଣି ହେଲେ ମଣିଷ । ଅଳ୍ପକେ ବତ୍ତିଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ଥାନା ଅନ୍ତର୍ଗତ ଝିଣ୍ଟି ପାଣିକଟା ଗାଁରେ । ସୂଚନା ମୁତାବକ ଏକ ଗଛକୁ କେନ୍ଦ୍ରକରି ସେହି ଗ୍ରାମର ଭରତ ସେଠୀ ଏବଂ ଦିଲ୍ଲୀପ ସେଠୀଙ୍କ ପରିବାର ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ତେବେ ଏମାନଙ୍କ ଶତ୍ରୃତା ବହୁ ଦିନରୁ ଲାଗି ରହିଥିଲା । ଜାଗା ବାଡି ପାଇଁ ଦୁଇ ପରିବାର ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ତେବେ ବିବାଦିୟ ଜାଗାରେ ଥିବା ଏକ ଗଛକୁ ଆଜି ସକାଳେ ଦିଲ୍ଲୀପ ସେଠୀ ହାଣିବାକୁ ଯାଇଥିବା ବେଳେ ଏହାକୁ ବିରୋଧ କରିଥିଲେ ଭରତ ସେଠୀ । ଯାହାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ପ୍ରଥମେ ପାଟି ତୁଣ୍ଡ ହୋଇଥିଲା । ଏବଂ ଏହାପରେ ଏହି ଗଣ୍ଡଗୋଳ ଉଜ୍ଞ୍ରରୂପ ନେଇଥିଲା । ଯାହା ଫଳରେ ଦୁଇ ପରିବାର ମରଣାସ୍ତ୍ର ଧରି ଉଭୟଙ୍କ ଉପରୁ ଆକ୍ରମଣ କରିଥିଲେ ।
ଆକ୍ରମଣର ଶେଷ ପରିଣତି । ଏହି ଗଣ୍ଡଗୋଳରେ ଉଭୟ ପରିବାରର ଦୁଇଜଣ ଆହତ ହେବା ସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ଲକ୍ଷଣ ସେଠୀ ଏବଂ ଦିଲ୍ଲୀପ ସେଠୀ । ଏହି ଦୁଇ ଜଣଙ୍କୁ ପ୍ରଥମେ ବାଲିପାଟଣା ସ୍ୟାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରାଯାଇଥିଲା । ମାତ୍ର ଏମାନେ ଏତେ ଗୁରୁତର ହୋଇଥିଲେ କି ଡାକ୍ତର ଦୁହିଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଖବର ପାଇବା ପରେ ଗାଁକୁ ଯାଇ ଘଟଣାର ତଦନ୍ତ ଜାରି କରିଛି ।