କଟକ (ଏଟିଆର ବ୍ୟୁରୋ); ପୁଣି ଆତଙ୍କ ଖେଳାଇଲା ସାଇକୋ କିଲର । କଟକ ସହରରେ ଏବେ ଘାରିଛି ସେଇ ସାଇକୋ କିଲର ଭୟ । ଦୀର୍ଘ ୬ଦିନ ହେବ ନା ଶୁଏଇ ଦଉଛି ନାଁ ଶାନ୍ତିରେ ବସେଇ ଦଉଛି । ତେବେ ଦୁଇଦିନ ଟିକେ ଆତଙ୍କ କମିଥିବା ବେଳେ ଏବେ ପୁଣି ସମସ୍ତଙ୍କ ମନରେ ଖେଳାଇ ଦେଇଛି ଆତଙ୍କ । ଗତକାଲି ରାତିରେ ଘରେ ଶୋଇଥିବା ଜଣେ ମହିଳାଙ୍କ ବେକ କାଟି ଛୁ ହୋଇଛି ସାଇକୋ କିଲିର । ଆହତ ମହିଳାଙ୍କ ନାଁ ସନ୍ଧ୍ୟା ତରାଇ। କଟକ ଯୋବ୍ରା ମଲା ସାହିରେ ତାଙ୍କ ଘର। କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଛି।
ମିଳିଥିବା ସୂଚନାନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ସଂଧ୍ୟାରାଣୀ ଘର ଝରକା ପାଖରେ ବସିଥିଲେ। ସେହି ସମୟରେ ଜଣେ ଅଜଣା ଦୁର୍ବୃତ୍ତ ଝରକା ଫାଙ୍କରେ ହାତ ପୂରାଇ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲା। ପରିବାର ଲୋକ ବାହାରକୁ ଆସିଲା ବେଳକୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ଖବର ପାଇ ମାଲଗୋଦାମ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
ପୋଲିସର ନିଦ ହଜାଇ ଦେଇଛି କଟକର ସାଇକୋ କିଲର୍ । ହତ୍ୟାକାରୀକୁ ଧରିବାକୁ ପୋଲିସ ଖୋଜୁଛି, ଆଉ ପୋଲିସକୁ ଚକମା ଦେଇ ହତ୍ୟାକାରୀ ବୁଲୁଛି । ୩-୩ଟି ହତ୍ୟା କରି ହତ୍ୟାକାରୀ ଘୁରି ବୁଲୁଛି, ହେଲେ ଏଯାଏଁ ପୋଲିସର ହାତ ଖାଲି । ଘଟଣାକୁ ଗୋଟିଏ ସପ୍ତାହ ହୋଇଗଲାଣି, କିଏ କରିଛି ମର୍ଡର ? କେଉଁଠି ଅଛି ହତ୍ୟାକାରୀ ? ଏସଂପର୍କରେ କୌଣସି ଖବର ନାହିଁ ।
ଉଲ୍ଲେଖଯୋଗ୍ୟ, ଗଲା ପାଞ୍ଚ ଦିନ ହେବ ସହରରେ ରହସ୍ୟମୟ ଷ୍ଟୋନ୍ମ୍ୟାନ୍କୁ ନେଇ ସହରବାସୀ ଆତଙ୍କିତ। ଏହି ଘଟଣାରେ ପୁଲିସ ଜଣଙ୍କୁ ସନ୍ଦେହ ଅଟକ ରଖିଥିବା ବେଳେ ଆଜି ସଂଧ୍ୟାରାଣୀଙ୍କୁ କେହି ଦୁର୍ବୃତ୍ତ ସମାନ ଢଙ୍ଗରେ ତଣ୍ଟି କଟାଯିବା ପଛରେ କି ପ୍ରକାର ରହସ୍ୟ ଲୁଚି ରହିଛି, ତାହା ଏବେ ପୁଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ ବୋଲି କହିଛନ୍ତି ପୋଲିସ କମିଶନର । ଆଉ ସବୁଠାରୁ ବଡ଼ କଥା ହେଉଛି, ଆଡିସନାଲ୍ ଡିସିପି ର୍ୟାଙ୍କର ଜଣେ ପୋଲିସ୍ ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ କରୁଛି ଏକ ପୋଲିସ୍ ଟିମ୍ । ହେଲେ ସାଇକୋ କିଲର୍ ଟେର୍ ପାଉନି ପୋଲିସ୍ ।