ବାଲେଶ୍ୱର ( ଏଟିଆର ବ୍ୟୁରୋ): ରଙ୍ଗ ନମ୍ବରରୁ ଆରମ୍ଭ ହେଲା ପ୍ରେମ । ଅଜଣା ଯୁବକ ସହ ପ୍ରେମରେ ଉବୁଟୁବୁ ହୋଇ ଘର ଛାଡିଲେ ନାବାଳିକା । ସବୁ ଠିକ ଠାକ ଥିଲା ହେଲେ ଶାରିରୀକ ସମ୍ପର୍କ ରଖିବାକୁ ନାବାଳିକା ମନାକରିବାରୁ ପ୍ରେମିକ ସାଜିଲା ଜହ୍ଲାଦ । ପ୍ରେମିକାର ଶରୀର ଆଗରେ ହାର ମାନିଲା ମନର ମିଳନ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ । ନାବାଳିକା ଜଣଙ୍କର କିଛି ଦିନ ତଳେ ରଙ୍ଗନମ୍ବରରେ ଏକ ଅଚିହ୍ନା ଯୁବକ ସହିତ କଥାବାର୍ତ୍ତା ଆରମ୍ଭ ହୋଇଥିଲା ।
କିଛିଦିନର କଥା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏମିତି କି ନାବାଳିକା ଜଣଙ୍କ ନିଜ ପରିବାରକୁ ପର କରି ସମ୍ପୃକ୍ତ ଯୁବକ ସହିତ ଘର ଛାଡି ଚାଲିଯାଇଥିଲେ । ପରେ ଯୁବକ ଜଣଙ୍କ ନାବାଳିକା ସହିତ ଶାରିରୀକ ସମ୍ପର୍କ ରଖିବାକୁ ଚାହିଁଥିଲେ । କିନ୍ତୁ ପ୍ରେମିକା ବିଭାହ ପୂର୍ବରୁ ସମ୍ପର୍କ ରଖିବ ନାହିଁ ରୋକଠୋକ ମନା କରିଥିଲା । ଯାହାକୁ ଶୁଣି ପ୍ରେମିକର ମୁଣ୍ଡକୁ ଚଢିଲା ପିତ୍ତ ।
ଉତକ୍ଷିପ୍ତ ଯୁବକ ରାଗିଯାଇ ଏକ ଧାରୁଆ ବ୍ଲେଡରେ ନାବାଳିକାର ବେକ ଓ କାନକୁ କାଟି ପକାଇଥିଲା । ନାବାଳିକା ଜଣଙ୍କ କୌଣସି ପ୍ରକାରେ ଯୁବକ ପାଖରୁ ଖସି ଆସି ଗ୍ରାମବାସୀଙ୍କୁ ଏନେଇ ଜଣେଇଥିଲା । ଗ୍ରାମର କିଛି ଯୁବକ ନବାଳିକାକୁ ନେଇ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଝିଅଟି ପାଖରୁ ପରିବାର ନମ୍ବର ନେଇ ଘର ଲୋକଙ୍କୁ ଜଣାଇଥିଲେ । ଘଟଣା ବିଷୟରେ ପୋଲିସ ଖବର ପାଇଁ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।