କଳାହାଣ୍ଡି (ଏଟିଆର ବ୍ୟୁରୋ): ଆଜି ବି ଲୋକଙ୍କ ମନରେ ବଞ୍ଚିରହିଛି ଅନ୍ଧବିଶ୍ୱାସ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାନୁସାରେ, ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣେ ଯୁବକଙ୍କୁ ଡାକ୍ତରଖାନା ଶବ ଗୃହରେ ଝଡାଫୁଙ୍କା କରୁଥିବା ଦେଖିବାକୁ ମିଳିଛି । ମୃତକ ହେଉଛନ୍ତି ଡୁମେରବାହାଲ ଗାଁର ୨୧ବର୍ଷ ବୟସ୍କ ସତୀଶ କୁମାର ଭୋପାଲ । ସୂଚନାନୁସାରେ, ସତୀଶଙ୍କୁ ଘରେ ସାପ କାମୁଡିଥିଲା ପରେ ସେ ଗୁରୁତର ହେବାରୁ ପ୍ରଥମେ କେସିଗାଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭବାନୀପାଟଣା ସ୍ଥାନାନ୍ତର ହୋଇଥିଲେ ।
ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ମୃତ୍ୟୁ ହୋଇଥିଲା । ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଶବ ପୋଷ୍ଟ ମର୍ଟମ ପାଇଁ ଶବ ଗୃହରେ ରଖିଥିଲେ । କିନ୍ତୁ ପରିବାର ଲୋକେ ଆଜି ଗୁଣିଆ ଡକାଇ ଜବରଦସ୍ତ ଶବଗୃହ ଖୋଲାଇ ଝଡ଼ାଫୁଙ୍କା କରାଇଥିଲେ । ଯାହାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅନୁମତି ଦେଇ ନଥିଲେ । ବହୁ କସରତ ପରେ ଶବ ଗୃହରେ ହିଁ ଗୁଣି ଗାରେଡି ଆରମ୍ଭ କରାଯାଇଥିଲା । କିନ୍ତୁ ଗୁଣିଆର ଦାବି ଫେଲ୍ ମାରିଛି । ଗୁଣିଆ ଡାକ୍ତରୀ ଚିକିତ୍ସା ପାଇଁ ଗୁଣି କାଟୁ କରୁ ନଥିବା ଯୁକ୍ତି କରୁଥିବା ବେଳେ ସାପ ବିଷରେ ମୃତକଙ୍କୁ ବଞ୍ଚାଇ ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ।
ଯାହାକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ମୃତକଙ୍କ ପରିବାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଭବାନୀପାଟଣା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।