କେନ୍ଦୁଝର (ଏଟିଆର ବ୍ୟୁରୋ); ପୁଣି ମାତିଲେ ଦୁର୍ବୃତ୍ତ । ରାତି ଅଧରେ ବ୍ୟବସାୟୀଙ୍କୁ ଗୁଳି କରି ଲୁଟିନେଲେ ଟଙ୍କା ଏବଂ ମୋବାଇଲ । ତେବେ ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ବାଂପା ରେଲୱେ ଓଭରବ୍ରିଜ ନିକଟରେ । ପୋଲିସ ଖବର ପାଇବା ପରେ ବ୍ୟବସାୟୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୁଳି କରିଥିବା ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ । ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାମ ହେଲା ଦିଲ୍ଲୀପ ବେହେରା ।
ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୦ ବେଳେ ଦିଲ୍ଲୀପ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇଟି ପଲସରରେ ଦୁର୍ବୃତ୍ତମାନେ ଆସି ତାଙ୍କୁ ଟଙ୍କା ମାଗିଥିଲେ । ଦିଲ୍ଲୀପ ମନା କରିବା ପରେ ତାଙ୍କୁ ଗୁଳି କରି ୧୫ ହଜାର ଟଙ୍କା ଏବଂ ମୋବାଇଲ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଗୁଳି ତାଙ୍କ ହାତ ଏବଂ ପେଟ ସାଇଡରେ ବାଜିଥିବାରୁ ସେ ଅଳ୍ପକେ ବଞ୍ଚି ଯାଇଛନ୍ତି ।
ଗୁଳିକାଣ୍ଡ ଘଟିବା ପରେ ସ୍ଥାନୀୟ ଲୋକ ପହଁଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଦିଲ୍ଲୀପଙ୍କୁ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଛି । ଅନ୍ଧାର ହୋଇଥିବାରୁ ଦିଲ୍ଲୀପ ଦୁର୍ବୃତ୍ତମାନଙ୍କୁ ଚିହ୍ନି ପାରିନାହାଁନ୍ତି । କିନ୍ତୁ । ପୋଲିସ ମାମଲା ରୁଜୁ କରି ତନାଘନା କରୁଛି ।