ସମ୍ବଲପୁର (ଏଟିଆର ବ୍ୟୁରୋ); ନେତା ଏବଂ ଅଫିସରଙ୍କ ନାମରେ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା । ତେବେ ଏତେ ବଡ ଅପରାଧ କେହି ବଡ ଲୋକ କରୁ ନଥିଲା । ଜଣେ ନାବାଳକ ଚତୁରତାର ସହ ଫେସବୁକ ହ୍ୟାକ କରି ସେମାନଙ୍କ ନାମରେ ଟଙ୍କା ଏବଂ ବହୁ ମୂଲ୍ୟବାନ ସାମଗ୍ରୀ କରୁଥିଲା ହରମଚାଲ । ସମ୍ବଲପୁର ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ । ପୋଲିସ ଅଭିଯୁକ୍ତ ନାବାଳକ ଏବଂ ତା ବାପାକୁ ଗିରଫ କରିଛି ।
ପଶ୍ଚିମ ଓଡିଶାର ବଡ ବଡ ନେତ.ବିଧାୟକ ଏବଂ ସରକାରୀ ଅଫିସରଙ୍କ ନାମରେ କରୁଥିଲା ଠକେଇ । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର,ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର,ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବଂ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ନାଁରେ ଖୋଲିଥିଲା ଫେକ ଆଇଡି । ମଦ ଦୋକାନୀ,କଣ୍ଟ୍ରାଟର ଭଳି ବିଭିନ୍ନ ଲୋକଙ୍କଠାରୁ ନେତା ଏବଂ ଅଫିସରଙ୍କ ନାମରେ ଠକୁଥିଲା ଟଙ୍କା ।
ସମ୍ବଲପୁରର ଜଣେ ବ୍ୟବସାୟୀ ସିଦ୍ଧାର୍ଥ ଶାହାଙ୍କ ନାମରେ ମଧ୍ୟ କରିଥିଲା ଠକେଇ । ସେ ପୋଲିସରେ ଏତଲା ଦେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା । ଏବଂ ଅଭିଯୁକ୍ତ ଘରେ ଚଢ଼ାଇ କରିଥିଲା ପୋଲିସ । ଅଭିଯୁକ୍ତର ବାପା ମଧ୍ୟ ଏଥିରେ ସମ୍ପୃକ୍ତ ରହିଛି । ପଶ୍ଚିମ ଓଡିଶାର ୪ଟି ଜିଲ୍ଲାର ବହୁ ନେତା,ଅଫିସର ଏବଂ ବ୍ୟବସାୟୀଙ୍କ ନାମରେ ହେଉଥିଲା ଲୁଟ୍ । ଗତ ଜାନୁୟାରୀ ମାସରେ ଜଣେ ନେତାଙ୍କ ନାମରେ ଜଣଙ୍କର ପେଟ୍ରୋଲ ପମ୍ପ କରାଇ ଦେବ କହି ପାଖା ପାଖି ୩ ଲକ୍ଷ ଖସାଇଥିଲା ।