ଉମରକୋଟ (ଏଟିଆର ବ୍ୟୁରୋ); ପୁଣି ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ । ରାଜ୍ୟକୁ ଦାଦନ ଦୁଃଖ ଯେଭଳି ଏକ ପ୍ରକାର ଗ୍ରାସ କରିସାରିଲାଣି । ସବୁବେଳେ କେଉଁଠି ନା କେଉଁଠି ଦାଦନ ଶ୍ରମିକଙ୍କ କଥା ପଦାକୁ ଆସୁଛି ।
ନବରଙ୍ଗପୁରରୁ ୧୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଶ୍ରମ ବିଭାଗ । ଏମାନଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି । ଏମାନଙ୍କୁ ସାଙ୍ଗରେ ନେଉଥିବା ୨ ଦଲାଲଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଉମରକୋଟରୁ ବିଶାଖାପାଟଣା ଯାଉଥିଲା ବସ୍ । ବସରେ ଦାଦନ ଚାଲାଣ ନେଇ ଖବର ପାଇବା ପରେ ଅକ୍ସନ୍ ମୁଡୁକୁ ଆସିଥିଲା ପୋଲିସ ।
ବସ୍କୁ ଅଟକାଇ ଯାଞ୍ଚ କରିବା ପରେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଏମାନଙ୍କୁ ବୋରଓ୍ୱେଲ୍ କାମରେ ନିୟୋଜିତ କରିବା ପାଇଁ ଚେନ୍ନାଇ ଓ ତ୍ରିପୁରାକୁ ନେଉଥିଲା ଦଲାଲ । ପୋଲିସ ଘଟଣାର ତଦନ୍ତ କରୁଛି ।